ରୁଦ୍ରଙ୍କୁ ପିପିଲିର ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ମହାରଥୀଙ୍କ ଦେହାନ୍ତ ପରେ ପିପିଲିରୁ କିଏ ବିଜେଡିର ପ୍ରାର୍ଥୀ ହେବ ତାକୁ ନେଇ ଥିବା ଦ୍ୱନ୍ଦକୁ ଏଡାଇ ବିଜେଡି ଆଜି ପିପିଲି ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି । ଟିକେଟ ରେସରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା,ପୁଅ ରୁଦ୍ର ଓ ଝିଅ ପଲ୍ଲବୀ ଥିବାବେଳେ ରୁଦ୍ରଙ୍କ ନାଁକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଭାବେ ବାଛିଛନ୍ତି । ପୂର୍ବରୁ ଦଳୀୟ ସଙ୍ଗଠନ ପାଇଁ କାମ କରିଆସୁଥିବା ରୁଦ୍ର ରାଜନୀତିରେ ବେଶ ସକ୍ରିୟ ଥିଲେ । ପିପିଲି ରାଜନୀତିରେ ରୁଦ୍ର ମହାରଥୀ ଜଣେ ଜଣାଶୁଣା ଚେହେରା । ଏପରିକି ପ୍ରଦୀପଙ୍କ ବିୟୋଗ ପରେ ବିଜେଡିର ସଙ୍ଗଠନ ସହ ସିଧାସଳଖ ଯୋଡି ହୋଇ ରହିଛନ୍ତି ରୁଦ୍ର । ଖାସକରି ପିପିଲିରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ରୁଦ୍ରଙ୍କର କ୍ରେଜ ରହିଛି ।

ଗତକାଲି ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଆଜି ବିଜେଡି ତାର ପ୍ରାର୍ଥୀ ଭାବେ ରୁଦ୍ର ମହାରଥୀଙ୍କୁ ଘୋଷଣା କରିଛି । ତେବେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ସମସ୍ତଙ୍କର ନଜର ରହିଛି । ଆସନ୍ତା ୧୭ରେ ପିପିଲି ପାଇଁ ଭୋଟ ପଡିବାକୁ ଥିବା ବେଳେ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!