Masthead

ୱେବ ପୋର୍ଟାଲ ମାନଙ୍କ ମିଥ୍ୟା ଖବରକୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୱେବ ପୋର୍ଟାଲ ଏବଂ ୟୁଟ୍ୟୁବ ଚ୍ୟାନେଲର ମିଥ୍ୟା ଖବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ତେବେ ବିନା କୌଣସି ଉତ୍ତରଦାୟିତ୍ୱରେ ୱେବ ପୋର୍ଟାଲ ଗୁଡିକରେ ଖବର ପ୍ରସାରଣ କରାଯାଉଛି । ଏପରିକି ବର୍ତ୍ତମାନ ୱେବ ପୋର୍ଟାଲ ଗୁଡିକ ଭିତ୍ତିହୀନ ପ୍ରସଙ୍ଗକୁ ମଧ୍ୟ ପରିବେଶଣ କରାଯାଉଥିବାର ଦେଖିବାକୁ ମିଳିଛି । ଅପରପକ୍ଷେ ଭାରତରେ ସବୁକିଛି ସାମ୍ପ୍ରଦାୟିକ ଦୃଷ୍ଟିକୋଣରୁ ଦେଖାଯାଇଥାଏ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନେତୃତ୍ୱରେ ଏକ ବେଞ୍ଚ ଜାମିଆତ ଉଲେମା-ଇ-ହିନ୍ଦଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରିଥିଲେ ।

ଏହା ସହ ମର୍କଜ ନିଜାମୁଦ୍ଦିନରେ ଏକ ଧାର୍ମିକ ସମାବେଶ ସହ ଜଡିତ ମିଥ୍ୟା ଖବର ପ୍ରସାରଣକୁ ରୋକିବା ପାଇଁ କେନ୍ଦ୍ରକୁ କଡ଼ା ପଦକ୍ଷେପ ନେବାକୁ କହିଥିଲେ । କାରଣ ୱେବ ପୋର୍ଟାଲ ଏବଂ ୟୁଟ୍ୟୁବ ଚ୍ୟାନେଲରେ ମିଥ୍ୟା ଖବର ଉପରେ କୌଣସି ନିୟନ୍ତ୍ରଣ ନଥାଏ । କେବଳ ଏତିକି ନୁହେଁ ବରଂ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା । ଅନ୍ୟପଟେ ବେସରକାରୀ ନ୍ୟୁଜ ଚ୍ୟାନେଲଗୁଡିକର ସମ୍ବାଦ ଗୁଡିକରେ ସାମ୍ପ୍ରଦାୟିକତା ଭରି ରହିଥାଏ ବୋଲି ବେଞ୍ଚ କହିଛି । ତେବେ ସୋସିଆଲ ମିଡିଆରେ କେବଳ ଟ୍ରେଣ୍ଡିଂ ହେବା ଭଳି ଖବର ହିଁ ଚାଲିଥାଏ । ଏହି ଟ୍ରେଣ୍ଡିଂ ତଥ୍ୟ ବେଳେବେଳେ ବିଭିନ୍ନ ଅନୁଷ୍ଠାନ ବିରୋଧରେ ମଧ୍ୟ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!