ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିଗଲା ଦୂରଦର୍ଶନର ଲୋଗୋ ରଙ୍ଗ । ଲୋଗୋକୁ ଗେରୁଆ ରଙ୍ଗ କରିଛନ୍ତି କେନ୍ଦ୍ର ସରକାର । ରଙ୍ଗ ବଦଳିଥିବା ନେଇ ଦୂରଦର୍ଶନ ଅଫିସିଆଲ ହ୍ୟାଣ୍ଡେଲ ‘ଏକ୍ସ’ରେ ପୋଷ୍ଟ କରି ଏନେଇ ସୂଚନା ଦିଆଯାଇଛି । କୁହାଯାଇଛି ଯେ ଆମର ରଙ୍ଗ ବଦଳିଛି ହେଲେ ଆମେ ବଦଳିନାହୁଁ । ଆଗରୁ ଯେମିତି ଥିଲୁ ସେମିତି ଅଛୁ । ପୂର୍ବପରି ଆମର ମୂଲ୍ୟବୋଧ ସମାନ ରହିବ । ଏହା ସହ କୁହାଯାଇଛି ଯେ ଏକ ନୂଆ ଢଙ୍ଗରେ ଖବର ଶୁଣିବାକୁ ପ୍ରସ୍ତୁତ ହୁଅନ୍ତୁ ।
ସେପଟେ ଲୋଗୋ ରଙ୍ଗ ବଦଳିବା ପରେ ବିରୋଧୀ କନେ୍ଦ୍ର ସରକାରଙ୍କୁ ନିଶାନା କରିଛନ୍ତି । ପୂର୍ବରୁ ମୋଦି ସରକାର ଦୂରଦର୍ଶନକୁ ମଧ୍ୟ ଛାଡ଼ିଲେ ନାହିଁ । ପରିବର୍ତ୍ତନର ନାଁ କହି ନିଜ ଦଳର ରଙ୍ଗ ଦୂରଦର୍ଶନରେ ଲାଗାଇ ଦେଲେ କହିଛନ୍ତି ବିରୋଧୀ । ପ୍ରସାର ଭାରତୀ ନୁହେଁ ଏହା ପ୍ରଚାର ଭାରତୀ କହିବାକୁ ପଛାଇନାହାନ୍ତି ରାଜ୍ୟସଭା ସଦସ୍ୟ ତଥା ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସିର୍କର । ସେପଟେ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ କଥା ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ ମଧ୍ୟ ପରିବର୍ତ୍ତନକୁ ସମାଲୋଚନା କରିବାକୁ ପଛେଇନାହାନ୍ତି । କେନ୍ଦ୍ର ସରକାର ଦୂରଦର୍ଶନକୁ ନିଜ ନାଁକୁ ନେବାକୁ ଚେଷ୍ଠା କରୁଥିବା କହିଛନ୍ତି ।