ମେଡିକାଲ କଲେଜ ହସ୍ପିଟାଲ ଉଦଘାଟନରେ ରାଜନୀତି

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ମେଡିକାଲ କଲେଜ ହସ୍ପିଟାଲ ଉଦଘାଟନରେ ରାଜନୀତି। ବିଜେଡ଼ି ନେତାଙ୍କ ବ୍ୟତୀତ କାର୍ଯ୍ୟକ୍ରମରେ କହିବାକୁ ସୁଯୋଗ ନ ମିଳିବାରୁ ସଭାରୁ ଉଠି ଆସିଲେ ବିଧାୟକ ନରସିଂହ ମିଶ୍ର। ସରକାରୀ କାର୍ଯ୍ୟକ୍ରମ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ହିନ ରାଜନୀତି କରାଯାଉଥିବା କହିଛନ୍ତି ବିଧାୟକ ନରସିଂହ ମିଶ୍ର। ସେ କହିଛନ୍ତି ମେଡିକାଲ କଲେଜ୍ କାର୍ଯ୍ୟ ସମ୍ପୂର୍ଣ ନହୋଇ ଉଦଘାଟନ କରାଯାଇଛି।

ଏପରିକି ନିର୍ବାଚନକୁ ଆଖି ଆଗରେ ରଖି ଅଧାପନ୍ତରିଆ ମେଡିକାଲ କଲେଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ସଭା ଆରମ୍ଭ ହୋଇ କିଛି ସମୟ ଚାଲିବା ପରେ ହଠାତ୍ ନରସିଂହ ମିଶ୍ର ଡ଼ାଏସରୁ ଉଠି ସଭାସ୍ଥଳ ଛାଡ଼ି ପଳାଇଥିଲେ। ସେ କହିଛନ୍ତି, ହସ୍ପିଟାଲ୍ ଉଦ୍ଘାଟନ ସଭାକୁ ବିଧାୟକ ଭାବରେ ଲୋକଙ୍କ ପ୍ରତିନିଧିତ୍ଵ କରି ଆସିଥିଲେ। ହେଲେ ତାଙ୍କୁ ସମ୍ମାନ ମିଳି ନାହିଁ ଅର୍ଥାତ୍ ଏଠିକାର ଲୋକ ଓ ଭୋଟରଙ୍କୁ ସରକାର ଅସମ୍ମାନ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ସେହିପରି ସରକାରୀ କାର୍ଯ୍ୟକ୍ରମରେ ବିଜେଡି ନେତା ରାଜନୀତି କରିଛନ୍ତି। ତେଣୁ ଏହାର ପ୍ରତିବାଦ ସ୍ବରୂପ ସେ ମଞ୍ଚ ଛାଡ଼ି ପଳାଇ ଆସି ଥିବା କହିଛନ୍ତି।

ସରକାର ସରକାରୀ କାର୍ଯ୍ୟକ୍ରମ ନାଁରେ ଦଳୀୟ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ସେପଟେ ବିଧାୟକଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି। ସଭା ସ୍ଥଳରୁ କିଏ ଗଲା କିଏ ଆସିଲା ତାର ମହତ୍ତ୍ଵ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ବିକାଶ ପାଇଁ ସମସ୍ତେ ଏକ ହେବା ସହ ବିଜେଡି ଏଠି କୌଣସି ରାଜନୀତି କରୁନଥିବା ସେ କହିଛନ୍ତି। ସେହିପରି ସରକାର ରାଜନୀତି ନୁହେଁ, କାମ କରିଛନ୍ତି ବୋଲି କହିଛନ୍ତି ବିଜେଡି ନେତା କଳିକେଶ ସିଂଦେଓ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’