Masthead

ପାନୀୟ ଜଳ ପାଇଁ ଡହଳବିକଳ

ପାରାଦ୍ଵୀପ, (ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ପାନୀୟ ଜଳ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲୁଛନ୍ତି । କିନ୍ତୁ ତାହା ସଠିକ ସ୍ଥାନରେ ପହଞ୍ଚିପାରୁଛି କି ନାହିଁ ତାହା ଉପରେ ନାହିଁ କାହାର ନଜର । ସ୍ୱଚ୍ଛ ପାନୀୟ ଜଳ ଟୋପେ ପାଇଁ ଆଜି ମଧ୍ୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତବାସୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପାରାଦ୍ଵୀପ ଉପକଣ୍ଠ ବିଶ୍ୱାଳି ପଞ୍ଚାୟତର କୋଲଡିଆ ଗ୍ରାମରେ। ଆଧୁନିକ ଯୁଗରେ ଆଜି ବି ବର୍ଷା ପାଣି ଛାଣି ପିଇ ଶୋଷ ମେଣ୍ଟାଉଛନ୍ତି। ଏହି ଘଟଣାଟି ଶୁଣିବାକୁ ଯେତିକି ଆଶ୍ଚର୍ୟ୍ୟ ଲାଗୁଛି ସେତିକି ଚକିତ ମଧ୍ୟ କରିଦେଉଛି। ବନ୍ଦର ନଗରୀର ପ୍ରବେଶ ଦ୍ଵାରରେ ରହି ମଧ୍ୟ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ଦୀର୍ଘ ବର୍ଷ ହବ ଏହି ପଞ୍ଚାୟତରେ ଲାଗି ରହିଛି ପାନୀୟ ଜଳ ସମସ୍ୟା।

ବିଶେଷ କରି କୋଲଡିଆ ଗ୍ରାମରେ ଥିବା ଶତାଧିକ ପରିବାରର ମହିଳା ମନେ ଗୋଟିଏ କିଲୋମିଟରରୁ ଉର୍ଦ୍ଧ୍ୱ ବାଟ ଚାଲି ଚାଲି ଯାଉଛନ୍ତି ଟୋପାଏ ପିଇବା ପାଣି ପାଇଁ। କାରଣ ଗାଁରେ ଥିବା ସମସ୍ତ ସରକାରୀ ନଳକୂଅରୁ କେଉଁଠି ଆଇରନ୍ ଯୁକ୍ତ ପାଣି ବାହାରୁଛି ତ କେଉଁଠୁ ଲୁଣିଆ ଓ ଖାର ପାଣି ବାହାରୁଛି। ସରକାରୀ ବାବୁଙ୍କୁ ଠାରୁ ଆରମ୍ଭ କରି ରାଜନେତାଙ୍କୁ ବାରମ୍ବାର ଗୁହାରି କରି ଥକି ପଡିଲେଣି ଗ୍ରାମବାସୀ। ଅନ୍ୟପଟେ, ପଞ୍ଚାୟତରେ ପ୍ରାୟ ଅଢେଇ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇପାରିଲା ନାହିଁ। କେବେ ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ଏବଂ ପଞ୍ଚାୟତ ବାସୀଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ ତାହା ଉପରେ ସମସ୍ତଙ୍କର ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ! 🔴 ଆଜିଠୁ ସଂସଦର ମୌସୁମୀ ଅଧିବେଶନ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ! 🔴 ଆଜିଠୁ ସଂସଦର ମୌସୁମୀ ଅଧିବେଶନ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା