Masthead

୧୨ଟି ମୋଟର ସାଇକେଲ ଜାଳିଦେଲେ ଦୁୁବୁର୍ତ୍ତ

କାଶୀପୁର(ବଡ଼ ଖବର ବ୍ୟୁରୋ); ଦୁବୁର୍ତ୍ତମାନେ ବିଳମ୍ବିତ ରାତିରେ ୧୨ଟି ମୋଟର ସାଇକେଲ ଜାଳିଦେଇଛନ୍ତି । ଘରର ଆଗପଟୁ କବାଟ କିଳି ଏଭଳି କାଣ୍ଡ କରିଛନ୍ତି । ରାୟଗଡା ଜିଲ୍ଲା ଟିକିରି ଥାନା ଅଧୀନରେ ଟିକିରିରେ ଏହିପରି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ଜ୍ଝଟିକିରି ସ୍ପନ୍ଦନା ଫାଇନାନ୍ସ,ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀର ଅଫିସ ସାମ୍ନାରେ ଥିବା ୧୨ ଗୋଟି ବାଇକକୁ ରାତି ଅଧରେ ଜାଳିଦେଲେ ଦୁର୍ବୁତ୍ତ ।

ଘର ଗେଟ ବାହାର ପଟୁ ବନ୍ଦ କରି ଗାଡି ଗୁଡିକୁ ଜାଳିଦେଲେ ଅଜଣା ଦୁର୍ବୁତ୍ତ । ଫଳରେ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି । ରାତି ପ୍ରାୟ ୨ଟା ସମୟରେ ଏଭଳି ଘଟଣା ଘଟିଥିଲା । ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡି ଗୁଡିକ ନିଆଁରେ ଛାରଖାର ହୋଇଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ ଘର ଭିତରେ ଶୋଇଥିବା ସମୟରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫ ଜଣ ଫାଇନାନ୍ସ କର୍ମଚାରୀ । ବର୍ତ୍ତମାନ କର୍ମଚାରୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଟିକିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ