Masthead

ଭଦ୍ରକରେ ଏନକାଉଣ୍ଟର

 ଭଦ୍ରକ (ବଡ଼ ଖବର ବ୍ୟୁରୋ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କୁ ଏନକାଉଣ୍ଟର କରାଯାଇଛି । ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଏନେଇ ସୂଚନା ଦେଇଛନ୍ତି ।  ଚରମ୍ପା ମାଲ ଗୋଦାମ ନିକଟରେ ଦୁଇ ଅପରାଧୀ ଡକାୟତ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ରେଡ୍ କରିଥିଲା । ଏହି ସମୟରେ କମଳାକାନ୍ତ ପୁଲିସ୍ ଉପରକୁ ୪ରାଉଣ୍ଡ ଗୁଳି ଚଳାଇଥିଲା ।

ପୁଲିସର ପାଲଟା ଗୁଳି କମଳାକାନ୍ତର ଗୋଡ଼ରେ ବାଜିଥିବା ବେଳେ ସେ ଆହତ ହୋଇ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛି । ଅପରାଧୀ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ବୁଦ୍ଧିଆ ନାଁରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ଭଦ୍ରକ ଏସ୍‌ପିଙ୍କ ସୂଚନା ।ବୁଦ୍ଧିଆ ନାଁ ରେ ରାଜ୍ୟ ରେ ୧୪ ଟି ରୁ ଅଧିକ ଲୁଟ ଓ ଗୁଳିକାଣ୍ଡ ମାମଲା  ରହିଛି । ବୁଦ୍ଧିଆର ସହଯୋଗୀ ବାଇକ୍ ରେ ଫେରାର ହୋଇଯାଇଥିବା ନେଇ ସୂଚନା ରହିଛି । ବୁଦ୍ଧିଆ ନିକଟରୁ ବନ୍ଧୁକ ଜବତ୍ ହୋଇଛି । ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ  ପ୍ରାଥମିକ ଚିକିତ୍ସା ପରେ ସକାଳେ କଡା ସୁରକ୍ଷା ବଳୟରେ କଟକ ସ୍ଥାନାନ୍ତର କରାଯଇଛି   ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ