Masthead

କୀଟନାଶକ ପି ଚାଷୀ ଆତ୍ମହତ୍ୟା

ଅତାବିରା(ବଡ଼ ଖବର ବ୍ୟୁରୋ): ଋଣ ବୋଝ ସହିନପାରି କୀଟ ନାଶକ ପି ଆତ୍ମହତ୍ୟା କରିଛି ଚାଷୀ । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଉମରାଡ ଗ୍ରାମର ଅଲେଖ ଭୋଇ ନାମକ ଜଣେ ଯୁବକ ଗତକାଲି ରାତିରେ କୀଟନାଶକ ପି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ତାଙ୍କ ପରିବାର ଲୋକେ ତୁରନ୍ତ ରାତିରେ ବଲାଙ୍ଗିର ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏନେଇ ଗ୍ରାମବାସୀ ଓ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଫାଇନାନ୍ସ କମ୍ପାନୀରୁ ଚାଷ କାର୍ଯ୍ୟ ପାଇଁ ଋଣ ଉଠାଇ ସୁଝି ପାରି ନଥିବାରୁ ଘର ଲୋକଙ୍କ ସହ ସାମାନ୍ୟ ପାଟି ତୁଣ୍ଡ ହୋଇଥିଲା। ତେବେ ମାନସିକ ଚାପରେ ଆସି ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଲୋକେ ଅଭିଯୋଗ କରୁଛନ୍ତି। ତେବେ ଚାଷ ପାଇଁ ସରକାରଙ୍କର ତରଫରୁ ମିଳୁଥିବା ଋଣ ଚାଷୀର ସମସ୍ୟାକୁ କମ କରିବା ବଦଳରେ ଜୀବନ ନେବାର ବାଟ ପାଲଟୁଥିବା ଲୋକେ ଅଭିଯୋଗ କରୁଛନ୍ତି। ତେବେ ଏ ନେଇ କିନ୍ତୁ କୌଣସି ପ୍ରଶାସନିକ ପ୍ରତିକ୍ରିୟା ମିଳିପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ