Masthead

ବିନାଭକ୍ତରେ ସପ୍ତମୀ ପୂଜା

ପୁରୀ, (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା । ଆଶ୍ୱୀନ ଶୁକ୍ଳ ପ୍ରତିପଦା ଠାରୁ ନାରାୟଣୀ ମନ୍ଦିରକୁ ବିଜେ କରୁଛନ୍ତି ଦୁର୍ଗାମାଧବ । ଦୁର୍ଗାମାଧବ ଉପାସନା ଗୋଟପଟେ ଚାଲିଥିବା ବେଳେ ସେପଟେ ମା’ ବିମଳାଙ୍କ ପ୍ରତୀକ ମା’ କାକୁଡ଼ିଖାଇଙ୍କ ପୀଠରେ ଆଜିଠାରୁ ସପ୍ତମୀ ମହାଆଡ଼ମ୍ବରରେ ଆରମ୍ଭ ହୋଇଛି । ମା’କାକୁଡିଖାଇଙ୍କ ପୀଠ ସମେତ ମା ବାରବାଟୀ ଜହ୍ନିଖାଇ, ଗେଲବାଇ, ଭୋଗ ଜାଗା ଠାକୁରାଣୀ, ଶୂନ୍ୟ ଗୋଶାଣୀ, ବସନ୍ତେଇ, ବନଦୁର୍ଗା, ପଣାପ୍ରିୟା ପୀଠରେ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଯେହେତୁ ଏ ସମସ୍ତ ଦେବୀପୀଠ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ଏଣୁ ପୀଠ ଠାକୁରାଣୀଙ୍କ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି ।

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳା ହୋଇଥିବାରୁ ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ସମସ୍ତ ଦେବୀପୀଠରେ ବିଶେଷ ରୀତିନୀତି ଦ୍ୱାରା ମା’ଙ୍କ ଆରାଧନା କରାଯାଉଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କଙ୍କ ଦର୍ଶନ କୁ ବନ୍ଦ କରାଯାଇଛି । ପରମ୍ପରା ରକ୍ଷା କରି ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଛି ବୋଲି ବିଭିନ୍ନ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ