Masthead

ବାରକୁ ନେଇ କାହିଁକି ପ୍ରଶାସନ-ସେବାୟତ ମୁହାଁମୁହିଁ?

ପୁରୀ (ବଡ଼ ଖବର ବ୍ୟୁରୋ):  ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ କରାଯାଏ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି । କିନ୍ତୁ ସ୍ନାନ ପୂର୍ଣ୍ଣିମା ଠାରୁ ଆଜି ଯାଏ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଦେଖାଦେଇଛି । ନୀଳାଦ୍ରୀବିଜେ ଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ କରାଯାଇ ନାହିଁ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର । ଯାହାକୁ ନେଇ ବିବାଦ ଉପୁଯିବାରେ ଲାଗିଛି । ନୀତି ଅନୁସାରେ ଶ୍ରୀଜିଉଙ୍କର ପ୍ରାକୃତିକ ରଙ୍ଗରେ ଶୃଙ୍ଗାର ସମ୍ପନ୍ନ କରାଯାଏ । କିନ୍ତୁ ଦତ୍ତ ସେବକଙ୍କ କହିବା ଅନୁଯାୟୀ ପ୍ରଶାସନ ପାଖରେ ପ୍ରାକୃତିକ ରଙ୍ଗ କମ ରହିଥିଲା । ଯେଉଁଥି ପାଇଁ ଠାକୁରଙ୍କ ଶୃଙ୍ଗାର କରାଯାଇପାରୁନଥିଲା । ପରେ ବାରକୁ ନେଇ ବିବାଦ ହୋଇଥିବା ଶୁଣିବାକୁ ମିଳିଥିଲା । ଗୁରୁବାର ବନକଲାଗି କରିବା ସତ୍ତ୍ୱଲିପିରେ ଉଲ୍ଲେଖ ଥିବା ଯୁକ୍ତି ବାଢିଛନ୍ତି ଦତ୍ତମହାପାତ୍ର ସେବକ ।

କିନ୍ତୁ ଯଦି ମନ୍ଦିର ଗହଳିଥାଏ ଦିନକ ପୂର୍ବରୁ ଅଥାତ୍ ବୁଧବାର ବନକଲାଗି କରାଯାଏ । ଯାହକୁ ନେଇ ବିବାଦ ବଢିବାରେ ଲାଗିଛି । ମହାପ୍ରଭୁଙ୍କ ବନକ ଲାଗି କିପରି କେଉଁ ଦିନ ହେବ ଓ କେଉଁ ମାନେ କରିବେ ତାହା ସତ୍ତ୍ୱଲିପି ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ପ୍ରତି ସପ୍ତାହରେ ବୁଧବାର କିମ୍ବା ଗୁରୁବାର ଦ୍ୱିପ୍ରହର ଧୂପ ପରେ ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖସିଂହାର ନୀତି ହେବାର ବିଧି ରହିଛି। ଏହି ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢ଼େଇ ଯୋଗାଇ ଦିଆଯାଏ। ଚାଙ୍ଗଡ଼ା ମେକାପ ୩ ଖଣ୍ଡ ଶ୍ରୀକପଡ଼ା ଦିଅନ୍ତି। ରାଜାଙ୍କ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ୨ ଭରି ଲେଖାଏଁ, କଇଁଥ ଅଠା, କସ୍ତୁରି, କଳା ତେଲ ଆଦି ଯୋଗାଇ ଦେବେ। ମହାସ୍ନାନ ପାଇଁ ପଞ୍ଚାମୃତ ଯୋଗାଇଦେବେ।

୭ ପ୍ରକାର ସେବକ ବନକଲାଗି ସେବା ସଂପାଦନ କରିଥାନ୍ତି। କିନ୍ତୁ ୨୦୧୮ର ପ୍ରଶାସନ ଏହି ନୀତିକୁ ବଦଳାଇ ଦେଇଛି । ଗୁରୁବାର ବଦଳରେ ବୁଧବାର କରାଯାଉଛି ବନକଲାଗି ନୀତି । ଗୁରୁବାର ଠାକୁରଙ୍କ ଅଧିକ ନୀତିକାନ୍ତି ଥିବାରୁ ବୁଧବାର ବନକଲାଗି କରିବାକୁ ନିଦେ୍ର୍ଦଶ ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସକ । ସେବେ ଠାରୁ ବୁଧବାର ଶ୍ରୀମୁଖ ଶୃଙ୍ଗାର ନୀତି ହୋଇଆସୁଛି । ସେପଟେ ବୁଧବାର ନୁହେଁ ଗୁରୁବାର ବନକ ଲାଗି ନୀତି କରିବା ପାଇଁ ପ୍ରଶାସନକୁ ନିବଦେନ କରିଥିଲେ ଦତ୍ତ ମହାପାତ୍ର ସେବକ । ଆଲ ଏବେ ଗୁରୁବାର ବନକଲାଗି କରିବାକୁ ଅଡି ବସିଛନ୍ତି । କିନ୍ତୁ ପ୍ରଶାସନ ବୁଧବାର ନୀତି ସର୍ମ୍ପଣ୍ଣ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାର ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନଆଯିବ ବୋଲି ମଧ୍ୟ କହିଥିଲେ । ଯାହାକୁ ନେଇ ସେବକ ଓ ପ୍ରଶାସନ ମନମାଳିନ୍ୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧