Masthead

ମ୍ୟାଚ୍ ବେଳେ ଅଘଟଣ, ବଲ୍ ବାଜି ଟଳିପଡ଼ିଲେ କ୍ରିକେଟର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମ୍ୟାଚ୍‌ ବେଳେ ଅଘଟଣ। ଫିଲ୍ଡିଂ କରୁଥିବାବେଳେ ବାଜିଲା ବଲ୍ । ଆଉ ଟଳିପଡ଼ିଲେ କ୍ରିକେଟର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ମାଟୁଙ୍ଗା ସ୍ଥିତ ଦାଦକର ଖେଳ ପଡିଆରେ । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାୱାଲା । ସୋମବାର ଅପରାହ୍ଣରେ ଘଟିଛି ଏହି ଅଘଟଣ । ମହାରାଷ୍ଟ୍ରର ମଟୁଙ୍ଗାରେ ଥିବା ଦାଦ୍‌କର୍‌ ମୈଦାନରେ ଦୁଇଟି କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିଲା। ସେଥିରୁ ଗୋଟିଏ ମ୍ୟାଚ୍‌ରୁ ବଲ୍‌ ଆସି ଆଉ ଗୋଟିଏ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ଜଣେ ୫୨ ବର୍ଷୀୟ ଖେଳାଳିଙ୍କ ମୁଣ୍ଡରେ ଆସି ବାଜିଥିଲା।

ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନାନୁଯାୟୀ ଦାଦର ପାର୍ସିଂ କଲୋନି ସ୍ପୋର୍ଟିଂ କ୍ଲବ ଗ୍ରାଉଣ୍ଡରେ ଏହି ଅଘଟଣ ଘଟିଛି । ଏଠାରେ ଚାଲିଥିଲା ଟି-ଟ୍ୱେଣ୍ଟିର କୁଚ୍ଚି ଭିସା ଅସୱାଲ ବିକାଶ ଲିଜେଣ୍ଡ କପ୍ । ଏହି ଟୁର୍ଣ୍ଣାମେଣ୍ଟ ଖେଳନ୍ତି କେବଳ ୫୦ ବର୍ଷରୁ ଅଧିକ ବୟସର ଲୋକ । ଗ୍ରାଉଣ୍ଡରେ ଦୁଇଟି ମ୍ୟାଚ ଚାଲିଥିଲା । ଜୟେଶ ଗୋଟିଏ ମ୍ୟାଚର ଫିଲଡିଂ କରୁଥିବା ବେଳେ ପାଖରେ ଖେଳାଯାଉଥିବା ଅନ୍ୟ ମ୍ୟାଚର ବଲ୍ ତାଙ୍କ କାନ ମୁଣ୍ଡାରେ ବାଜିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ