Masthead

ପୁଣି ସୀମାରେ ଉଡ଼ିଲା ଡ୍ରୋନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ । ଜମ୍ମୁସ୍ଥିତ ଭାରତ ଓ ପାକିସ୍ତାନ ସୀମାରେ ପୁଣି ଏକ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ବିଏସଏଫ ଯବାନ ମାନେ ଗୁଳି ଚଳାଇବାରୁ ଡ୍ରୋନଟି ପୁଣି ପାକିସ୍ତାନ ସୀମାକୁ ଫେରିଯାଇଛି । ସୂଚନାନୁସାରେ ଗତ ରାତିରେ ଜମ୍ମୁର ଆର୍ନିଆ ସେକ୍ଟର ନିକଟସ୍ଥ ଅନ୍ତର୍ଜାତୀୟ ସୀମା ଉପରେ କିଛି ଲାଲ ରଙ୍ଗର ଲାଇଟ ଉଡ଼ୁଥିବା ଦେଖିବାକୁ ମିଳିଥିଲା ।

ଏହା ଡ୍ରୋନର ଆଲୋକ ବୋଲି ଜଣାପଡ଼ିଥିଲା । ଏହା ପରେ ୬ରାଉଣ୍ଡ ଗୁଳି ଚଳାଇଥିଲେ ଯବାନ । ଫଳରେ ଡ୍ରୋନଟି ପୁଣି ପାକିସ୍ତାନ ସୀମାକୁ ଫେରିଯାଇଥିଲା । ତଲାସି ଆରମ୍ଭ ହୋଇଥିଲା । କିନ୍ତୁ କୌଣସି ସନ୍ଧାନ ମିଳିନଥିଲା । ତେବେ ଏହା ଆଗରୁ ମଧ୍ୟ ପାକିସ୍ତାନି ଆତଙ୍କବାଦୀମାନେ ଡ୍ରୋନରେ ବିସ୍ଫୋରକ ପଠାଇ ଜମ୍ମୁର ବାୟୁସେନା ଘାଟିରେ ବିସ୍ଫୋରଣ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଦୁଇଜଣ ସେନା କର୍ମଚାରୀ ଆହତ ହୋଇଥିଲେ । ଏହାପରେ ବାରମ୍ବାର ପାକିସ୍ତାନ ପଟୁ ସୀମାରେ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ