ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନ୍ୟୁଜିଲାଣ୍ଡରେ ଭୂମିକମ୍ପ । ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି। କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂମିକମ୍ପ ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପଠାରୁ ୯୦୦ କିଲୋମିଟର ଉତ୍ତର-ପୂର୍ବ କେମିଡୀକ୍ ଦ୍ୱୀପର ୧୦ କିଲୋମିଟର ଗଭୀରତାରେ କେନ୍ଦ୍ରୀଭୂତ ହୋଇଛି । ଗତ ମାସରେ ନ୍ୟୁଜିଲାଣ୍ଡରେ ୭.୧ ତୀବ୍ରତା ଭୂକମ୍ପ ଅନୁଭୁତ ହୋଇଥିଲା ।