Masthead

ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) : ଇଣ୍ଡୋନେସିଆର ତଲାଉଡ୍ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୨୮ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ଼ କରାଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଭୂମିରୁ ୮୦ କିମି ଗଭୀର ରେକର୍ଡ଼ କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ନୂଆ ବର୍ଷର ପ୍ରାରମ୍ଭରୁ ପ୍ରଥମେ ଜାପାନ ପରେ ମିଆଁମାର, ଆଫଗାନିସ୍ତାନ ଏବଂ ଭାରତରେ ଲଦ୍ଦାଖ ଓ ଆସାମ ଆଦି ବିଭିନ୍ନ ଅଂଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ବର୍ଷ ଆରମ୍ଭରୁ ଜାପାନରେ ବଡ଼ ଭୂକମ୍ପ ହୋଇଥିବାରୁ ବ୍ୟାପକ ସମ୍ପତ୍ତି ନଷ୍ଟ ହେବାସହ କିଛି ଲୋକଙ୍କ ଜୀବନ ଯାଇଥିଲା । ପ୍ରାୟ ୮ ବର୍ଷ ପରେ ଦେଶରେ ବଡ଼ଧରଣ ଭୂମିକମ୍ପ ହୋଇଥିବା ସୂଚନା ଦିଆଯାଇଥିଲା । ସେହି ଭୂମିକମ୍ପରେ ୨ଶହରୁ ଅଧିକ ଲୋକ ନିଖୋଜ ହୋଇଥିଲେ । ୧୦୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଜାପାନର ପଶ୍ଚିମ ଉପକୂଳରେ ହୋଇଥିବା ଏହି ଭୂକମ୍ପରେ ହୋକୁରିକୁ ଅଞ୍ଚଳର ୨୩,୦୦୦ ଘର ବିଦ୍ୟୁତ୍ ସଂଯୋଗ ନଷ୍ଟ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ