Masthead

ଖତ ଖାଉଛି ଲକ୍ଷଲକ୍ଷ ଟଙ୍କାର ମେସିନ

ହରଭଙ୍ଗା, (ବଡ଼ ଖବର ବ୍ୟୁରୋ): ସରକାର ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗୋପାଳନଠାରୁ ଆରମ୍ଭ କରି ମାଛ ଚାଷ, ଛେଳି ଚାଷ, କୁକୁଡ଼ା ଚାଷ ଭଳି ବିଭିନ୍ନ ଯୋଜନା ତିଆରି କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ବ୍ୟାଙ୍କଋଣ ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏଭଳି ପ୍ରୋତ୍ସାହନ ପରେ ବି ଦୁଗ୍ଧ ଉତ୍ପାଦନରେ ବୌଦ୍ଧ ଜିଲ୍ଲା ପଛୁଆ ରହିଛି। ଫଳରେ ଚାହିଦା ଅନୁସାରେ କ୍ଷୀର ନ ମିଳିବାରୁ ୧୯୯୫ ମସିହାରେ ଅର୍ଥାତ୍ ଦୀର୍ଘ ୨୫ ବର୍ଷ ପୂର୍ବେ ଜିଲ୍ଲାରେ ପ୍ରଥମକରି ହରଭଙ୍ଗା ବ୍ଲକ ଚାରିଛକଠାରେ ଆରମ୍ଭ ହୋଇଥିବା ଦୁଗ୍ଧ ଶୀତଳୀକରଣ ପ୍ରକଳ୍ପ ଏବେ ତାଲା ଝୁଲୁଛି।

ବର୍ତ୍ତମାନ ବ୍ଲକରେ ଗୋ ଏବଂ ମଇଁଷି ପାଳନ କରୁଥିବା ଚାଷୀଙ୍କ ଜୀବିକା ଏବଂ ବିକାଶକୁ ନେଇ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୯୯୫ରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ପୁରୀ ମିଲ୍କ ୟୁନିୟନ ସହାୟତାରେ ଚାରିଛକଠାରେ ଏକ ଦୁଗ୍ଧ ଶୀତଳୀକରଣ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ କଞ୍ଚା କ୍ଷୀରର ଚାହିଦା କମ୍ ସାଙ୍ଗକୁ କ୍ଷୀର ପରିବହନରେ କ୍ଷତି ଯୋଗୁ ଗତ ସାତ ବର୍ଷ ହେବ ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗୋଟିଏ ଶୀତଳ ଭଣ୍ଡାରକୁ ଦୈନିକ ଏକ ହଜାରରୁ ୧୨ଶହ ଲିଟର କ୍ଷୀର ଚାହିଦା ରହିଥିଲା। ସେହି ଅନୁସାରେ ବ୍ଲକ ଅଞ୍ଚଳରୁ ଧୀରେ ଧୀରେ କ୍ଷୀର ଚାହିଦା କମିଯିବାରୁ ଆଜି ଏହି କେନ୍ଦ୍ରରେ ତାଲା ଝୁଲିବା ସହ ଲକ୍ଷଲକ୍ଷ ଟଙ୍କାର ମେସିନ ସବୁ ଖତ ଖାଉଛି। ଏ ସମ୍ପର୍କରେ ମିଲ୍କ ୟୁନିୟନ ସଂସ୍ଥା ଓ ଜିଲ୍ଲା ପ୍ରଶସାନ ମଧ୍ୟରେ ଆଲୋଚନା ପରେ କୌଣସି ସୁଫଳ ନ ମିଳିରୁ ସଂସ୍ଥା ଏଠାରୁ ଛାଡ଼ି ଚାଲିଯାଇଥିଲା।

ବୌଦ୍ଧ ଭଳି ଏକ ପଛୁଆ ଜିଲ୍ଲାରେ ପଶୁପାଳନ ପାଇଁ ଆବଶ୍ୟକ ଭିତ୍ତିଭୂମି ଥିଲେ ମଧ୍ୟ ସରକାରୀ ପ୍ରତ୍ସୋହନ ଅଭାବ ଯୋଗୁ ଆଜି ଜିଲ୍ଲାରେ ୪ଟି ଦୁଗ୍ଧ ଉପାଦନ କେନ୍ଦ୍ରରୁ ୩ଟିରେ ତାଲା ଝୁଲୁଛି। ବିଶେଷକରି ଜିଲ୍ଲାରେ ଗୋପାଳନ, ମଇଁଷି ପାଳନ ପାଇଁ ଚାଷୀଙ୍କ ଆଗ୍ରହ ରହିଥିଲେ ମଧ୍ୟ ଜିଲ୍ଲାର ପ୍ରାୟ ସମସ୍ତ ପଶୁ ଚିକିତ୍ସା କେନ୍ଦ୍ରରେ ଡାକ୍ତର, ପ୍ରାଣୀଧନ ନିରୀକ୍ଷକ ଭଳି କର୍ମଚାରୀଙ୍କ ଅଭାବ ଦୀର୍ଘଦିନ ହେଲା ଲାଗି ରହିଛି। ଏସବୁ କାରଣରୁ ପଶୁପାଳନ କ୍ଷେତ୍ରରେ ଚାଷୀ ମନ ବଳାଉ ନ ଥିବାରୁ ଧୀରେ ଧୀରେ ବ୍ଲକରେ କ୍ଷୀର ଉତ୍ପାଦନ ହ୍ରାସ ପାଉଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଜିଲ୍ଲାରେ ବିପର୍ୟ୍ୟସ୍ତ ପଶୁ ସେବାରେ ସୁଧାର ଆଣିଲେ ଆଗାମୀ ଦିନରେ ବୌଦ୍ଧରେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇବା ସହ ବନ୍ଦ ହୋଇରହିଥିବା କ୍ଷୀର ଶୀତଳୀକରଣ ପ୍ରକଳ୍ପ କାର୍ୟ୍ୟକ୍ଷମ ହେବ ଓ ଲୋକଙ୍କ ପାଇଁ ନୂତନ ଜୀବିକାର ଆଶା ସଞ୍ଚାର ହେବ ବୋଲି ସାଧାରଣରେ ଦାବି ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ