Masthead

କୋଣାର୍କ ପରେ ଏହି ସ୍ଥାନରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): କୋଣାର୍କ ଇକୋ ରିଟ୍ରିଟ ସଫଳତା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଆଉ ଏକ ଇକୋ ରୀଟ୍ରିଟ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଇକୋ ରିଟ୍ରିଟରେ ୨୫ଟି କଟେଜ ବ୍ୟବସ୍ଥା କରାଯାଇଛି। ଏଥିସହ ଇକୋ ରିଟ୍ରିଟକୁ ଆସୁଥିବା ସମସ୍ତ ଟୁରିଷ୍ଟମାନଙ୍କ ପାଇଁ ହୀରାକୁଦ ଜଳଭଣ୍ଡାରରେ ଜଳକ୍ରୀଡ଼ା ବ୍ୟବସ୍ଥା ସହ ଦେବ୍ରିଗଡ଼ ଅଭୟାରଣ୍ୟ ବୁଲିବା ଓ ଆଖପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ହୀରାକୁଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଉଦ୍ୟମ କରାଯାଉଛି ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି। ଆସନ୍ତା ଡିସେମ୍ବର ୮ରୁ ଏହି ସ୍ଥାନକୁ ଆସିବେ ପର୍ଯ୍ୟଟକ। ହୀରାକୁଦ ଜଳଭଣ୍ଡାରରେ ଜଳକ୍ରୀଡ଼ା ସାଙ୍ଗକୁ ରୋପ ୱେର ମଜ୍ଜା, ଦେବ୍ରିଗଡ଼ ଅଭୟାରଣ୍ୟ, ଘଣ୍ଟେଶ୍ୱରୀ ମନ୍ଦିର ଆଦିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକ ଉପଭୋଗ କରିପାରିବେ।
ପ୍ରଥମ ପର୍ଯ୍ୟାୟରେ କଟେଜଗୁଡିକର ମୂଲ୍ୟ ୬ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । ସମ୍ବଲପୁରୀ ହସ୍ତତନ୍ତର ପ୍ରଦର୍ଶନୀ ଷ୍ଟଲ ମଧ୍ୟ ଏଥିରେ ସାମିଲ୍ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ହୀରାକୁଦ ଇକୋ ରିଟ୍ରିଟ ଆୟୋଜନ ସ୍ଥଳକୁ ଯାଇ ମନ୍ତ୍ରୀ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ରାଜ୍ୟ ପର୍ଯ୍ୟଟନ ସଚିବ, ବିଧାୟକ ରୋହିତ ପୂଜାରୀ, ଜିଲ୍ଲାପାଳ ଶୁଭମ ସକସେନା, ଏସପି କନୱାର ବିଶାଳ ସିଂ, ପୂର୍ବତନ ବିଧାୟିକା ଡାକ୍ତର ରାଶେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା