Masthead

କୋଣାର୍କ ପରେ ଏହି ସ୍ଥାନରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): କୋଣାର୍କ ଇକୋ ରିଟ୍ରିଟ ସଫଳତା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଆଉ ଏକ ଇକୋ ରୀଟ୍ରିଟ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଇକୋ ରିଟ୍ରିଟରେ ୨୫ଟି କଟେଜ ବ୍ୟବସ୍ଥା କରାଯାଇଛି। ଏଥିସହ ଇକୋ ରିଟ୍ରିଟକୁ ଆସୁଥିବା ସମସ୍ତ ଟୁରିଷ୍ଟମାନଙ୍କ ପାଇଁ ହୀରାକୁଦ ଜଳଭଣ୍ଡାରରେ ଜଳକ୍ରୀଡ଼ା ବ୍ୟବସ୍ଥା ସହ ଦେବ୍ରିଗଡ଼ ଅଭୟାରଣ୍ୟ ବୁଲିବା ଓ ଆଖପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ହୀରାକୁଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଉଦ୍ୟମ କରାଯାଉଛି ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି। ଆସନ୍ତା ଡିସେମ୍ବର ୮ରୁ ଏହି ସ୍ଥାନକୁ ଆସିବେ ପର୍ଯ୍ୟଟକ। ହୀରାକୁଦ ଜଳଭଣ୍ଡାରରେ ଜଳକ୍ରୀଡ଼ା ସାଙ୍ଗକୁ ରୋପ ୱେର ମଜ୍ଜା, ଦେବ୍ରିଗଡ଼ ଅଭୟାରଣ୍ୟ, ଘଣ୍ଟେଶ୍ୱରୀ ମନ୍ଦିର ଆଦିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକ ଉପଭୋଗ କରିପାରିବେ।
ପ୍ରଥମ ପର୍ଯ୍ୟାୟରେ କଟେଜଗୁଡିକର ମୂଲ୍ୟ ୬ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । ସମ୍ବଲପୁରୀ ହସ୍ତତନ୍ତର ପ୍ରଦର୍ଶନୀ ଷ୍ଟଲ ମଧ୍ୟ ଏଥିରେ ସାମିଲ୍ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ହୀରାକୁଦ ଇକୋ ରିଟ୍ରିଟ ଆୟୋଜନ ସ୍ଥଳକୁ ଯାଇ ମନ୍ତ୍ରୀ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ରାଜ୍ୟ ପର୍ଯ୍ୟଟନ ସଚିବ, ବିଧାୟକ ରୋହିତ ପୂଜାରୀ, ଜିଲ୍ଲାପାଳ ଶୁଭମ ସକସେନା, ଏସପି କନୱାର ବିଶାଳ ସିଂ, ପୂର୍ବତନ ବିଧାୟିକା ଡାକ୍ତର ରାଶେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ