Before Header

ଅରୂପଙ୍କ ପାଇଁ ଜ୍ଞାନ କଣ୍ଟା

0 813

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି ପୁରୀ ସଂସଦୀୟ କ୍ଷେତ୍ର । ୨୦୨୪ ଇଲେକ୍ସନ ଉଷ୍ମତା ବଢିଥିବା ବେଳେ ସାମ୍ନାକୁ ଆସିଛି ରୋଚକ ପଲିଟିକ୍ସ । ସଂସଦୀୟ କ୍ଷେତ୍ରରେ ହେବ ଦାଦା ବନାମ ପୁତୁରା ଲଢେଇ । ଦେଖିବେ ଜନତା । ମାପିବେ କାହାର ଦମ୍ କେତେ ? ଜଣେ ସଂସଦୀୟ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦୀ କରୁଥିବା ବେଳେ ଅନ୍ୟ ଜଣେ ବିଧାନସଭା ପ୍ରାର୍ଥୀ ଭାବେ କରୁଛନ୍ତି ପ୍ରତିଦ୍ୱନ୍ଦୀ । ଉଭୟ ଉଭୟଙ୍କୁ ଦେବେ କଡା ଫାଇଟ । କରିବେ ନିଜେ ନିଜର ଭାଗ୍ୟ ନିରର୍ଦ୍ଧାରଣ । ଯେହେତୁ ଦାଦା ଶାସକ ଦଳ ବିଜେଡିରୁ ଟିକେଟ ପାଇ ପୁତୁରାକୁ କରୁଛନ୍ତି ସାମ୍ନା । ପୁତୁରା କିନ୍ତୁ ବିରୋଧୀ ଦଳ କଂଗ୍ରେସରୁ ଟିକେଟ ନେଇ ଦାଦାଙ୍କୁ ଦେଉଛନ୍ତି ଟକ୍କର । ଆମେ କହୁଛୁ ବିଜେଡିର ସଂସଦୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ପିପିଲି ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଜ୍ଞାନରନଜ ପଟ୍ଟନାୟକଙ୍କ କଥା । ଉଭୟଙ୍କ ପରିବାର ଗୋଟେ । ଆଉ ଉଭୟ ବି ନିଜ ନିର୍ବାଚନ ମଣ୍ଡଳୀ ଭୋଟକୁ ନେଇ ଦେଉଛନ୍ତି ବିଜୟର ବାର୍ତ୍ତା । ଅରୂପ ୨୦୧୯ରେ ଭୁବନେଶ୍ୱର ସଂସଦୀୟ ଆସନରୁ ପ୍ରତିପକ୍ଷ ଅପରାଜିତାଙ୍କ ଠାରୁ ହୋଇଥିଲେ ପରାଜୟ ।

ଯାହା ପାଇଁ ଦଳ ଚଳିତ ନିର୍ବାଚନରେ ତାଙ୍କୁ ତାଙ୍କ ଏମପି କ୍ଷେତ୍ରରୁ କରିଛି ପ୍ରାର୍ଥୀ । ଆଉ ତାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅରୂପ । କହି ବୁଲୁଛନ୍ତି ମୋ ଜିଲ୍ଲା ମୋ ଜନ୍ମ ମାଟି ତେବେ ଏଠୁ ମୁଁ ବିପୁଳ ଭୋଟ ପାଇ ହେବି ବିଜୟ । ବିଶେଷ କରି ସେ ନିଜ ଜନ୍ମ ମାଟିକୁ କରିଛନ୍ତି ଭରଷା । ହୁଏତ ତାଙ୍କ ଭରଷା କରିବା ସ୍ୱଭାବିକ କଥା ଯେହେତୁ ତାହା ବିଜେଡି ଗଡ କରି ରଖିଛି । ମତଦାନ ବି ଶଙ୍ଖ ସପକ୍ଷରେ ଆସେ । କିନ୍ତୁ ଚଳିତ ନିର୍ବାଚନରେ ହୁଏତ ତାହା ନ ହୋଇପାରେ । ଦଳ ପାଇଁ ସୃଷ୍ଟି ହୋଇପାରେ ଅଡୁଆ । କାହିଁକି ନା ଆଉ ନାହାନ୍ତି ବରିଷ୍ଠ ରାଜନେତା ସ୍ୱର୍ଗତ ପ୍ରଦୀପ ମହାରଥୀ । ହୁଏତ ପରିବାର ତାଙ୍କ ସ୍ଥାନ ଅତିଆର କରି ରଖିଛନ୍ତି କିନ୍ତୁ ପ୍ରଦୀପଙ୍କ ପରି ଭୋଟ ରକ୍ଷା କରିବାରେ ହୋଇପାରୁନାହାନ୍ତି ସକ୍ଷମ । ଆଉ ଯାହାର ଫାଇଦା ଉଠାଇ ଆସୁଛନ୍ତି ବିରୋଧୀ । ଭୋଟ ମଧ୍ୟ ନିଜ ସପକ୍ଷରେ ନେବାରେ ହେଉଛନ୍ତି ସକ୍ଷମ । ଯାହା ପାଇଁ ବିଜେଡି ପାଇଁ ମୁଣ୍ଡ ବିନ୍ଧା ପାଲଟିଥିବା ବେଳେ ଏବେ ଅରୂପଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି ନିଜ ପୁତୁରା । ପରିବାର ପାଲଟିଛି ଚିନ୍ତାର କାରଣ ।

କାହିଁକି ନା ପୁତୁରା ଯେହେତୁ କଂଗ୍ରେସରୁ ବିଧାନସଭା ପ୍ରାର୍ଥୀ ଭାବେ ପ୍ରତିନିଧିତ୍ୱ କରୁଛନ୍ତି । ସେ ବି ଗାଁକୁ ଗାଁ ଯାଇ ନିଜ ସପକ୍ଷ ଓ ଦଳ ସପକ୍ଷରେ ଭୋଟ ଭିକ୍ଷା ଆରମ୍ଭ କରିଦେଲେଣି । ଯାହା ପାଇଁ ଅରୂପଙ୍କ ରାସ୍ତାରେ ଏବେ ଜ୍ଞାନ ପାଲଟିଛନ୍ତି କଣ୍ଟା । ବିଜେପି ପ୍ରାର୍ଥୀ ଅବା ୧୯ ନିର୍ବାଚନରେ ବିଜେଡିକୁ କଡା ଫାଇଟ ଦେଇଥିବା ସମ୍ବିତ ପାତ୍ର ଚଳିତ ଇଲେକ୍ସନରେ ଅରୂପଙ୍କୁ କରୁଛନ୍ତି ସାମ୍ନା । ତାଙ୍କ ମୁଣ୍ଡରେ ସେ ଟେନସନ ଥିବା ବେଳେ ଏବେ ପୁତୁରା ଟେନସନ । ସମାନ ଅବସ୍ତାରେ ଜ୍ଞାନ ଦାଦାଙ୍କଠୁ କେମିତି ଭୋଟ ଛଡାଇ ଆଣିବେ ତାକୁ କରୁଛନ୍ତି ଚିନ୍ତା । ଏହାରି ଭିତରେ ଦାଦା-ପୁତୁରାଙ୍କ ବିବାଦ ପାଇଁ ଏବେ ଲୋକେ କାହାକୁ କରିବେ ସର୍ମଥନ । ଖାଲି ଲୋକେ ନୁହନ୍ତି ପରିବାର ସାଙ୍ଗକୁ ନିଜେ ଦାଦା-ପୁତୁରା ବି କ’ଣ କରିବେ ଚିନ୍ତାରେ । ଏ ଦୁଇ ଜଣଙ୍କ ବିବାଦରେ ମଧ୍ୟରେ ନିଜ ଗାଁ ଭୋଟକୁ ବିରୋଧୀ ନିଜ ସପକ୍ଷକୁ ନେଇପାରନ୍ତି ଟାଣି । ଯାହା ପାଇଁ ଲାଗୁଛି ଯେମେତି ଅରୂପଙ୍କ ଆଶା ଆଶାରେ ରହିଯାଇପାରେ ।

Leave A Reply

Your email address will not be published.