Masthead

ତୈଳ ବିଶୋଧାନାଗାରକୁ ଅର୍ଥନୈତିକ ସ୍ତରରେ ଅବରୋଧ ଚେତାବନୀ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଶ୍ରମିକଙ୍କ ଦାବି ନ ମାନିଲେ ଆଗାମୀ ଦିନରେ ତୈଳ ବିଶୋଧାନାଗାରକୁ ସମ୍ପୂର୍ଣ ଭାବରେ ଅର୍ଥନୈତିକ ସ୍ତରରେ ଅବରୋଧ କରାଯିବ । ଏହି ଚେତାବନୀ ଦେଇଛି ତୈଳ ବିଶୋଧାନାଗାରରେ କାର୍ଯ୍ୟରତ ଶ୍ରମିକ ସଂଗଠନ । ପାରାଦୀପ ତୈଳବିଶୋଧନାଗାରରେ ଶ୍ରମିକଙ୍କ ନ୍ୟାୟ ଦାବିକୁ ନେଇ ହେଉଥିବା ଅବହେଳାର ପ୍ରତିବାଦ କରିଛନ୍ତି ଶ୍ରମିକ ସଂଗଠନ ପେଟ୍ରୋଲିୟମ ପ୍ରଡକ୍ଟସ ଆଣ୍ଡ ହ୍ୟାଣ୍ଡଲିଙ୍ଗ କ୍ୟାରିଅର୍ସ ଶ୍ରମିକ ସଂଗଠନ ।

ଦୀର୍ଘଦିନ ଧରି କରୋନା ମହାମାରୀ କାରଣରୁ କୌଣସି କଂପାନୀ ମାନଙ୍କୁ ଶ୍ରମିକ ମାନଙ୍କ ଦାବି ଉପସ୍ଥାପନ କରାଯାଇନଥିଲା । ତେବେ ଶ୍ରମିକ ସଂଗଠନ ତରଫରୁ ଆଞ୍ଚଳିକ ଶ୍ରମ କମିଶନରଙ୍କ ପାଖରେ ଶ୍ରମିକ ମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ଯଥା କ୍ୟାଣ୍ଟିନ ସୁବିଧା, ଗାଡି ପାର୍କିଙ୍ଗ ସୁବିଧା ଏହିପରି ୧୩ ଦଫା ଦାବି ବିଷୟରେ ଅବଗତ କରାଯାଇଥିଲା । ତେବେ ଶ୍ରମ କମିଶନରଙ୍କ ବାରମ୍ବାର ତୈଳବିଶୋଧାନାଗାର ଓ କଣ୍ଟ୍ରାକ୍ଟରମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ କାହାର ଦେଖା ନ ମିଳିବା କାରଣରୁ ଆଞ୍ଚଳିକ ଶ୍ରମ କମିଶନର ପଦୋନ୍ନତି କାରଣରୁ ବଦଳି ହୋଇଯିବାରୁ ପାରାଦୀପରେ ଥିବା ଶ୍ରମ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ସମ୍ପୂର୍ଣ ତଦନ୍ତ କରି ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଆସିଥିଲା ।

ଆଗାମୀ ଦିନରେ ଶ୍ରମିକ ସଂଗଠନ ତରଫରୁ ଏହାର ଉଚିତ ଜବାବ ଦିଆଯିବା ସହିତ ତୈଳବିଶୋଧାନାଗାରକୁ ସମ୍ପୂର୍ଣ ଭାବରେ ଅବରୋଧ କରାଯିବ ଏବଂ ଏଥିପାଇଁ ତୈଳବିଶୋଧାନାଗାର କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରମିକ ସଂଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ