Masthead

ତୈଳ ବିଶୋଧାନାଗାରକୁ ଅର୍ଥନୈତିକ ସ୍ତରରେ ଅବରୋଧ ଚେତାବନୀ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଶ୍ରମିକଙ୍କ ଦାବି ନ ମାନିଲେ ଆଗାମୀ ଦିନରେ ତୈଳ ବିଶୋଧାନାଗାରକୁ ସମ୍ପୂର୍ଣ ଭାବରେ ଅର୍ଥନୈତିକ ସ୍ତରରେ ଅବରୋଧ କରାଯିବ । ଏହି ଚେତାବନୀ ଦେଇଛି ତୈଳ ବିଶୋଧାନାଗାରରେ କାର୍ଯ୍ୟରତ ଶ୍ରମିକ ସଂଗଠନ । ପାରାଦୀପ ତୈଳବିଶୋଧନାଗାରରେ ଶ୍ରମିକଙ୍କ ନ୍ୟାୟ ଦାବିକୁ ନେଇ ହେଉଥିବା ଅବହେଳାର ପ୍ରତିବାଦ କରିଛନ୍ତି ଶ୍ରମିକ ସଂଗଠନ ପେଟ୍ରୋଲିୟମ ପ୍ରଡକ୍ଟସ ଆଣ୍ଡ ହ୍ୟାଣ୍ଡଲିଙ୍ଗ କ୍ୟାରିଅର୍ସ ଶ୍ରମିକ ସଂଗଠନ ।

ଦୀର୍ଘଦିନ ଧରି କରୋନା ମହାମାରୀ କାରଣରୁ କୌଣସି କଂପାନୀ ମାନଙ୍କୁ ଶ୍ରମିକ ମାନଙ୍କ ଦାବି ଉପସ୍ଥାପନ କରାଯାଇନଥିଲା । ତେବେ ଶ୍ରମିକ ସଂଗଠନ ତରଫରୁ ଆଞ୍ଚଳିକ ଶ୍ରମ କମିଶନରଙ୍କ ପାଖରେ ଶ୍ରମିକ ମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ଯଥା କ୍ୟାଣ୍ଟିନ ସୁବିଧା, ଗାଡି ପାର୍କିଙ୍ଗ ସୁବିଧା ଏହିପରି ୧୩ ଦଫା ଦାବି ବିଷୟରେ ଅବଗତ କରାଯାଇଥିଲା । ତେବେ ଶ୍ରମ କମିଶନରଙ୍କ ବାରମ୍ବାର ତୈଳବିଶୋଧାନାଗାର ଓ କଣ୍ଟ୍ରାକ୍ଟରମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ କାହାର ଦେଖା ନ ମିଳିବା କାରଣରୁ ଆଞ୍ଚଳିକ ଶ୍ରମ କମିଶନର ପଦୋନ୍ନତି କାରଣରୁ ବଦଳି ହୋଇଯିବାରୁ ପାରାଦୀପରେ ଥିବା ଶ୍ରମ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ସମ୍ପୂର୍ଣ ତଦନ୍ତ କରି ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଆସିଥିଲା ।

ଆଗାମୀ ଦିନରେ ଶ୍ରମିକ ସଂଗଠନ ତରଫରୁ ଏହାର ଉଚିତ ଜବାବ ଦିଆଯିବା ସହିତ ତୈଳବିଶୋଧାନାଗାରକୁ ସମ୍ପୂର୍ଣ ଭାବରେ ଅବରୋଧ କରାଯିବ ଏବଂ ଏଥିପାଇଁ ତୈଳବିଶୋଧାନାଗାର କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରମିକ ସଂଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ