Masthead

ନିକି ଯାଦବ ହତ୍ୟା ମାମଲା, ସାହିଲଙ୍କ ବାପା ସମେତ ୫ ଗରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ନିକି ଯାଦବଙ୍କ ହତ୍ୟା ମାମଲାର ଚାଲିଛି ତଦନ୍ତ । ଲିଭ-ଇନ୍‌ରେ ରହୁ ନ ଥିଲେ, ଆର୍ୟ୍ୟ ସମାଜରେ ବିବାହ ବି କରିଥିଲେ ନିକ୍କି ଓ ସାହିଲ । ପୁଲିସ୍‌ ଉଭୟଙ୍କ ବିବାହ ପ୍ରମାଣପତ୍ର ବି ଜବତ କରି ସାରିଛି। ତେବେ ଏହି ମାମଲାରେ ଶନିବାର ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ବାପା ବିରେନ୍ଦ୍ର ସିଂ, ଭାଇ ଆଶିଷ ଏବଂ ନବୀନ, ବନ୍ଧୁ ଲୋକେଶ ଏବଂ ଅମରଙ୍କୁ ନିକିଙ୍କୁ ହତ୍ୟା କରିବାରେ ସହଯୋଗ କରିଥିବା ଅଭିଯୋଗରେ ଗିରଫ କରିଛି। ସୂଚନା ଅନୁସାରେ ନବୀନ ନୂଆଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ବୋଲି ଜଣାପଡିଛି।

ସ୍ବତନ୍ତ୍ର ସିପି ରବିନ୍ଦର ଯାଦବ କହିଛନ୍ତି, ପୋଲିସ ହେପାଜତରେ ରିମାଣ୍ଡ ସମୟରେ ସାହିଲଙ୍କୁ ପଚରାଉଚରା କରାଯାଇଥିଲା। ନିକିଙ୍କୁ କିପରି ହତ୍ୟା କରିଥିଲେ ଏବଂ ହତ୍ୟାକାଣ୍ଡରେ କେଉଁମାନେ ସମ୍ପୃକ୍ତ ଥିବା ନେଇ ସାହିଲ ସବୁ କହିଥିଲେ। ଏହାପରେ ଘଟଣାରେ ସମ୍ପୃକ୍ତ ଥିବା ସାହିଲଙ୍କ ବାପା, ଦୁଇ ଜ୍ୱାଇଁ, ଆଶିଷ ଏବଂ ନବୀନ ଏବଂ ଦୁଇ ବନ୍ଧୁ ଅମର ଏବଂ ଲୋକେଶଙ୍କୁ ପଚରାଉଚରା କରାଯାଇଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା