ମ୍ୟାନେଜର ପୂଜାଙ୍କ ଫୋନ ନମ୍ବର ଦେଇଥିଲେ ଆର୍ୟନ: କିରଣ ଗୋସାଭି

(ବଡ଼ ଖବର ବ୍ୟୁରୋ):  ଆର୍ୟନ ଖାନ ଡ୍ରଗ୍ସ କେସ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏନସିବି ଅଫିସ ଭିତରେ ଆର୍ୟନଙ୍କ ସହ ସେଲଫି ନେଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କ ନାଁରେ ଗତକାଲି ପ୍ରଭାକର ସେଲ ସାଘାଂତିକ ଅଭିଯୋଗ ଆଣିଥିଲା । ସେ ଆର୍ୟନଙ୍କୁ ଛାଡିବା ପାଇଁ ଏନସିବି ସହ ମିଶି କୁଆଡେ ୧୮ କୋଟି ଟଙ୍କାର ଡିଲ କରିଥିଲେ ।

ତେବେ ଏହାର ଜବାବ ଦେଇଛନ୍ତି ଗୋସାଭି । ସେ କହିଛନ୍ତି ଯେ, ଅକ୍ଟୋବର ୬ ଯାଏ ମୁଁ ମୁମ୍ବାଇରେ ଥିଲି । ୬ ଅକ୍ଟୋବର ପରଠାରୁ ସମୀର ୱାଙ୍ଖଡେଙ୍କ ସହ ମୋର କୌଣସି କଥାବାର୍ତ୍ତା ହୋଇନାହିଁ । ସେ ଆହୁରି କହିଛନ୍ତି ଆର୍ୟନ ଖାନ ମୋତେ ତାଙ୍କ ମ୍ୟନଜେରଙ୍କ ସହ କଥା କରେଇଦେବାକୁ କହିଥିଲେ । ତାଙ୍କ ଫୋନ ନଥିବାରୁ ଆର୍ୟନ ମୋତେ ତାଙ୍କ ଘର ଲୋକଙ୍କ ନୁହେଁ ପୂଜାଙ୍କ ଫୋନ ନମ୍ବର ଦେଇଥିଲେ । କିନ୍ତୁ ପ୍ରଭାକର ସେଲ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ବିଷୟରେ ମୁଁ ଜାଣିନି ।

ସେ ଆହୁରି କହିଛନ୍ତି, ପ୍ରଭାକର ସହ ମୁଁ ୧୧ ଅକ୍ଟୋବର ଯାଏଁ ସମ୍ପର୍କରେ ଥିଲି । ମୋ ବିରୋଧରେ ପୁଣେରେ କେବଳ ଗୋଟିଏ କେସ ରୁଜୁ ହୋଇଥିଲା, କିନ୍ତୁ ହଠାତ ସେହି କେସ ରି-ଓପନ ହୋଇଗଲା । ମୋ ବିରୋଧରେ ନୋଟିସ ଜାରି ହୋଇଗଲା । ଏପରିକି ମୋତେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦିଆଯାଇଛି । ଯଦି ଜେଲ ନ ଯାଏ ତେବେ ମୋତେ ମାରିଦିଆଯିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ