Masthead

ଶକ୍ତିଶାଳୀ ହେଉଛି ଚୀନ୍, ସମସ୍ତଙ୍କ ଉପରେ ପଡ଼ିବ ଭାରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳୁଛି ସମୟ । ବଦଳୁଛି ରାଜନୀତିର ଷ୍ଟ୍ରାଇଲ । ଶତ୍ରୁ କେତେବେଳେ ମିତ୍ର ହେଉଛି ତ ଆଉ କେତେବେଳେ କୂଟନୀତି ବଳରେ ମିତ୍ର ହୋଇଯାଉଛି ଶତ୍ରୁ । ରାଜନୀତି, କୂଟନୀତି ଏ ସବୁର ଉଦ୍ଧ୍ୱର୍କୁ ଯାଏ ଚୀନ ଏବେ ନୂଆ ସମ୍ରାଜ୍ୟତିଆରି କରିବାକୁ ଚାହୁଛି । ଧିରେ ଧିରେ ଆହୁରି ଶକ୍ତିଶାଳୀ ହେଉଛି ଚୀନ । ବର୍ତମାନ ବିଶ୍ୱର ସର୍ବାଧିକ ଶକ୍ତିଶାଳୀ ଦେଶ ହେଉଛି ଆମେରିକା । ଦ୍ୱିତୀୟରେ ରହିଛି ଚୀନ୍ । ହେଲେ ଚାଇନା ନିଜର ଶକ୍ତି ଆହୁରି ବଢାଇବାକୁ ଚେଷ୍ଟା କରୁଛି । ସରକାର ନିଜର ଅର୍ଥନୈତିକ ଅଭିବୃଦ୍ଧିହାର ଆହୁରି ବଢାଇବାକୁ ଭିଡ଼ିଛନ୍ତି ଅଂଟା । ପ୍ରତିରକ୍ଷା କ୍ଷେତ୍ରରେ ଦେଶ ଆହୁରି କେମିତି ଆଗକୁ ଯିବ ସେ ଦିଗରେ ଯୋଜନା ପ୍ରସ୍ତୁତି କରିଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ୍ । ପ୍ରସ୍ତୁତ ହୋଇଥିବା ପ୍ରତିରକ୍ଷା ବଜେଟ ୭ ଦଶମିକ ୨ ପ୍ରତିଶତ ବଢିଛି ।

ଯାହା ଫଳରେ ଚୀନର ପ୍ରତିରକ୍ଷା ବଜେଟ ୨୨୫ ବିଲିୟନ ଡଲାରରେ ପହଂଚିଛି । ଭାରତୀୟ ଟଙ୍କାରେ କହିବାକୁ ଗଲେ ୧୮ଲକ୍ଷ ୩୮ହଜାର ୪୭୭ କୋଟି । ଚୀନ ପ୍ରତି ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆସୁଛି । ଯାହା ପଡ଼ୋଶୀ ଦେଶ ସବୁ ଚିନ୍ତାରେ ପଡିଲେଣି । ପ୍ରତିରକ୍ଷା ବଜେଟରେ ପ୍ରଥମେ ଆମେରିକା, ଦ୍ୱିତୀୟରେ ଚାଇନା ଓ ତୃତୀୟରେ ରହିଛି ଭାରତ । ସାମରିକା କ୍ଷମତା ବଢାଇବା ସହ ମିଲିଟାରୀ ଅପରେସନକୁ ଗୁରୁତ୍ୱ ଦେଇଛି ଜିନପିଙ୍ଗଙ୍କ ଦେଶ । ଖାଲି ସେ ପ୍ରତିରକ୍ଷାକୁ ଶକ୍ତିଶାଳୀ କରିବାକୁ ଜିନପିଙ୍ଗ୍ ଚାହିଁଛନ୍ତି ତାହା ନୁହେଁ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଭଳି ଅନେକ ବିଭାଗକୁ ଗୁରୁତ୍ୱ ଦେଇଛନ୍ତି । ଖାଲି ବଜେଟରେ କଥା ସୀମିତ ନୁହେଁ । ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ୍ ଏହାରି ଭିତରେ ପୁଣି ଥରେ କେମିତି କ୍ଷମତାକୁ ମାଡ଼ି ରଖିବେ ସେ ଦିଗରେ ମଧ୍ୟ ଗୁରୁତ୍ୱ ଦେଇସାରିଛନ୍ତି । ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବୈଠକରୁ ତାହା ସ୍ପଷ୍ଟ ଜଣାପଡିଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ଚାଇନା ସରକାର ।

୨୦୨୩ର ଚୀନର ଏହି ନବକଳେବରକୁ ତାର ବିରୋଧୀ ଦେଶ ସହଜରେ ଗ୍ରହଣ କରିପାରୁନାହାନ୍ତି । ଚାଇନା ତାର ସାମ୍ରଜ୍ୟ ବିସ୍ତାର କରିବାରେ ଲାଗିଛି । କେତେବେଳେ ଆମେରିକା ତ ଆଉ କେତେବେଳେ ଋଷିଆ ସହ ଟକ୍କର ଦେବାକୁ ଚାହିଁଛି । ଏପରିକି ଭାରତକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି । ସୀମା ବିବାଦ ହେଉ ଅବା ଦ୍ୱିପାକ୍ଷିକ ଆଲୋଚନା । ଭାରତୀୟ ଜବାନ ସୀମରେ ମୂତୟନ ହୋଇଥିବା ବେଳେ ଲୁଚି ଛପି ଆକ୍ରମଣ କରୁଛି । ଯାହା କାପୁରୁଷ ଲକ୍ଷଣ ବୋଲି ବିଶ୍ୱ ଦରକାରରେ ଅନେକ ଥର ନିନ୍ଦିତ ହୋଇସାରିଛି । ଖାଲି ସେତିକି ନୁହେଁ, ଚୀନ ସହ ତାଳ ଦେଇ ଭାରତ ଏବେ ଆଗକୁ ବଢୁଛି । ଯାହାକୁ ସହଜରେ ଗ୍ରହଣ କରିବାରୁନି ଚୀନ । ଭାରତ ତାର ବଜେଟ ମଧ୍ୟ ବଢାଇଦେଇଛି । ଆପଣ ଦେଖିବେ ପ୍ରତି ବଜେଟରେ ପ୍ରତିରକ୍ଷାକୁ ଗୁରୁତ୍ୱ ଦେଇଆସିଛି ଭାରତ । କାରଣ ଦୁଇ ଶତ୍ରୁଦେଶ ପାକିସ୍ତାନ ଓ ଚୀନକୁ ଆମକୁ ଜବାବ ଦେବାର ଅଛି । ସେ ଯାହା ହେଉନା କାହିଁକି, ଚୀନ ତା’ର ପ୍ରତିରକ୍ଷା ବଜେଟକୁ ବଢାଇବା ଦ୍ୱାରା ନିଶ୍ଚୟ ଆଗକୁ ବଢିବ ଏଥିରେ ଦ୍ୱିମତ ନାହିଁ । ହେଲେ ପଡ଼ୋଶୀ ରାଷ୍ଟ୍ର, ଶତ୍ରୁ ଦେଶ, ମିତ୍ର ଦେଶ ସହ କିଭଳି ସଂପର୍କ ରକ୍ଷା କରୁଛି ତାହା ଦେଖିବାର କଥା ।
କାହିଁକି ନା ଯଦି ମଣିଷକୁ ସବୁ ଜିନିଷ ହାତପାହାନ୍ତାରେ ମିଳିଯାଉଛି । ତା’ହେଲେ ତା ପାଖରେ ଅହଂ ଭାବେ ଆପେଆପେ ଚାଲି ଆସେ । ଆଉ ବେଳେ ବେଳେ ହିତାହିତ ଜ୍ଞାନ ହରେଇବସେ । ଯାହା ପୂର୍ବରୁ ଆମେ ଚୀନ କ୍ଷେତ୍ରରେ ଦେଖିଛେ । ଇଣ୍ଡୋ-ଚାଇନା ୱାର ହେଉ ଅବା ପ୍ୟାଙ୍ଗଙ୍ଗ କଥା । ସବୁଥିରେ ତାର ନଖରାମି ଦେଖିବାକୁ ମିଳିଥିଲା । ଶେଷରେ ଏତିକି କହିପାରିବା ଯେ, ଚୀନ ନିଜର ପ୍ରତିରକ୍ଷା, ମିଲିଟାରି ଇତ୍ୟାଦି ଯାହା ବି ବଢାଉ ନା କାହିଁକି ଭାରତକୁ ନାଲି ଆଖି ଦେଖାଇପାରିବ ନାହିଁ । ଏବେ ବଦଳିଛି ସମୟ । ବଦଳିଛି ଭାରତର ଯୁଦ୍ଧ କରିବାର କୌଶଳ । ସେପଟେ ଚୀନର ବଜେଟ ବଢିବା, ପ୍ରତିରକ୍ଷା ବିଭାଗକୁ ଅଧିକ ଟଙ୍କା ବୟବରାଦ କରିବା ଦ୍ୱାରା ଅନ୍ୟ ରାଷ୍ଟ ପାଇଁ ଏବେ ଚିନ୍ତା ବଢାଇଛି । ଚୀନର ପ୍ରତିଟି କାର୍ଯ୍ୟକଳାପକୁ ନଜର ରଖିଛନ୍ତି ବିରୋଧୀ । ଶତ୍ରୁ ରାଷ୍ଟ୍ରକୁ ନାଲିଆଖି ଦେଖାଇଲେ ଏଥର ପାନେ ଚାଖିବା ସୁନିଶ୍ଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର