Masthead

ସେପ୍ଟେମ୍ୱର ୨୮ରେ ହେବ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ବହୁ କସରତ୍ ପରେ ହେବାକୁ ଯାଉଛି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ । ଗତ ୨୪ ସେପ୍ଟେମ୍ୱର ୨୦୨୩ ରେ ଏହି ନିର୍ବାଚନ ହେବାର ଥିଲା କିନ୍ତୁ ଏହି ନିର୍ବାଚନ ଉପରେ ଏକ କେସ୍ ହୋଇ ହାଇକୋର୍ଟ ବିଚାରଧୀନ ଅବସ୍ଥାରେ ରହିଥିଲା । ଯାହାଫଳରେ ନିର୍ବାଚନ ବାତିଲ ହୋଇଥିଲା । ପୁଣି ଏବେ ରାଜ୍ୟରେ ନୂଆ ସରକାର ଏବଂ କେନ୍ଦୁଝର ଜିଲ୍ଲାର ପୁଅ ମୁଖ୍ୟମନ୍ତ୍ରୀ ମୋହନ ମାଝି ହେବାପରେ ଚଳିତ ମାସ ଆସନ୍ତା ୨୮ ତାରିଖରେ ହେବାକୁ ଯାଉଛି ଏହି ନିର୍ବାଚନ ।

ଏନେଇ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିସାରଛନ୍ତି । ପାଖାପାଖି ୫ ହଜାର ମାଲିକଙ୍କୁ ନେଇ ଏହି ଟ୍ରକ ମାଲିକ ସଂଘ ଗଠିତ ହୋଇଥିବାବେଳେ ଏହି ସଂଘର ନିର୍ବାଚନ ସବୁ ସମୟରେ ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ଭାବେ ଗଣାଯାଇଥାଏ । ତେବେ ଚଳିତ ନିର୍ବାଚନରେ ୧୧୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ସଭାପତି ପଦ ପାଇଁ ତିନି ପ୍ରାର୍ଥୀ ହେଲେ ବ୍ରଜବିହାରୀ ଜେନା, ପଦ୍ମଲୋଚନ ସାହୁ ଓ ରାମଚନ୍ଦ୍ର ଭୂୟାଁ ନାମ ।

ତେବେ ବିଗତ ଦିନରେ କେନ୍ଦୁଝର ଜିଲ୍ଲାର ଟ୍ରକ ମାଲିକମାନେ ଆଇରନ ଲୋଡ଼ିଂ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ସେଥିପାଇଁ ଚଳିତ ନିର୍ବାଚନରେ ମାଲିକମାନେ ସେହି ପ୍ରାର୍ଥୀଙ୍କୁ ବାଛିବେ ଯେଉଁ ମାନେ କି ଟ୍ରକ୍ ମାଲିକମାନଙ୍କର ମୌଳିକ ସମସ୍ୟାକୁ ଦୂର କରିପାରୁଥିବେ । ଯେମିତି ରାଜ୍ୟରେ ଏଥର ସରକାର ପରିବର୍ତ୍ତନ ହୋଇଛି, ଠିକ୍ ସେହିଭଳି ଏଠାରେ ମଧ୍ୟ ଟ୍ରକ୍ ମାଲିକମାନେ ପରିବର୍ତ୍ତନ ଚାହୁଁଥିବା ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା