Masthead

କଟକଣା ନ ମାନିଲେ ବନ୍ଦ ହେବ ନିର୍ବାଚନୀ ରାଲି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ କବଳରେ ସାରା ଦେଶ । କରୋନାର ଦ୍ୱିତୀୟ ଲହରକୁ ନେଇ ଏବେ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଲୋକମାନଙ୍କୁ ଟିକାପ୍ରତି ଆକୃଷ୍ଟ କରିବାକୁ ଆସନ୍ତାକାଲି ଠାରୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ହେଲେ କରୋନା କବଳରୁ ବଞ୍ଚିବାକୁ ହେଲେ କରୋନା କଟକଣା ଯେମିତି କି, ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ସରକାର ଜନସାଧାରଣଙ୍କୁ ନିବେଦନ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ବାଚନରେ ଯେଉଁଭଳି କରେନା କଟକଣାକୁ ମାନୁ ନାହାନ୍ତି ତାହା ବର୍ତ୍ତମାନ ନିର୍ବାଚନ କମିଶନରଙ୍କ ଚିନ୍ତା ବଢାଇ ଦେଇଛି । ୫ ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ମଧ୍ୟରୁ ୪ ଟି ରାଜ୍ୟରେ ଭୋଟଗ୍ରହଣ ପ୍ରକିୟା ଶେଷ ଶେଷ ହୋଇଛି ଓ ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ଆଜି ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ମତଦାନ ।

ହେଲେ ନିର୍ବାଚନ ପୂର୍ବରୁ ହେଉଥିବା ରାଲି ସଭା ଓ ରୋଡ ସୋ ମାନଙ୍କରେ ଯୋଗ ଦେଉଥିବା ଲୋକଙ୍କ ମୁହଁରେ ନା ଅଛି ମାସ୍କ ନା ଅଛି ସମାଜିକ ଦୂରତା । ତେଣୁ ଏହାକୁ ଦୃଷ୍ଟି ରଖି ନିର୍ବାଚନ କମିଶନ ଜାରି କରିଛନ୍ତି ନୂଆ ଗାଇଡ଼ଲାଇନ । ଇ.ସି କହିଛନ୍ତି କି ନିର୍ବାଚନ ରାଲି ଓ ପ୍ରଚାର ଓ ସଭାରେ ଲୋକମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ନିହାତୀ ଜରୁରୀ । ଏହାକୁ ଉଲଙ୍ଘନ କଲେ ରାଲି, ପବ୍ଲିକ୍ ମିଟିଂ ଉପରେ ପ୍ରତିବନ୍ଧକ ଲଗାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ