Masthead

କଟକଣା ନ ମାନିଲେ ବନ୍ଦ ହେବ ନିର୍ବାଚନୀ ରାଲି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ କବଳରେ ସାରା ଦେଶ । କରୋନାର ଦ୍ୱିତୀୟ ଲହରକୁ ନେଇ ଏବେ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଲୋକମାନଙ୍କୁ ଟିକାପ୍ରତି ଆକୃଷ୍ଟ କରିବାକୁ ଆସନ୍ତାକାଲି ଠାରୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ହେଲେ କରୋନା କବଳରୁ ବଞ୍ଚିବାକୁ ହେଲେ କରୋନା କଟକଣା ଯେମିତି କି, ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ସରକାର ଜନସାଧାରଣଙ୍କୁ ନିବେଦନ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ବାଚନରେ ଯେଉଁଭଳି କରେନା କଟକଣାକୁ ମାନୁ ନାହାନ୍ତି ତାହା ବର୍ତ୍ତମାନ ନିର୍ବାଚନ କମିଶନରଙ୍କ ଚିନ୍ତା ବଢାଇ ଦେଇଛି । ୫ ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ମଧ୍ୟରୁ ୪ ଟି ରାଜ୍ୟରେ ଭୋଟଗ୍ରହଣ ପ୍ରକିୟା ଶେଷ ଶେଷ ହୋଇଛି ଓ ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ଆଜି ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ମତଦାନ ।

ହେଲେ ନିର୍ବାଚନ ପୂର୍ବରୁ ହେଉଥିବା ରାଲି ସଭା ଓ ରୋଡ ସୋ ମାନଙ୍କରେ ଯୋଗ ଦେଉଥିବା ଲୋକଙ୍କ ମୁହଁରେ ନା ଅଛି ମାସ୍କ ନା ଅଛି ସମାଜିକ ଦୂରତା । ତେଣୁ ଏହାକୁ ଦୃଷ୍ଟି ରଖି ନିର୍ବାଚନ କମିଶନ ଜାରି କରିଛନ୍ତି ନୂଆ ଗାଇଡ଼ଲାଇନ । ଇ.ସି କହିଛନ୍ତି କି ନିର୍ବାଚନ ରାଲି ଓ ପ୍ରଚାର ଓ ସଭାରେ ଲୋକମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ନିହାତୀ ଜରୁରୀ । ଏହାକୁ ଉଲଙ୍ଘନ କଲେ ରାଲି, ପବ୍ଲିକ୍ ମିଟିଂ ଉପରେ ପ୍ରତିବନ୍ଧକ ଲଗାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା