Masthead

କୋଭିଡ଼ ଟେଷ୍ଟ ପାଇଁ ଦରକାର ପଡ଼ିବନି ସ୍ୱାବ୍ ସଂଗ୍ରହ, ଜାଣନ୍ତୁ କିପରି ହେବ ଟେଷ୍ଟ..

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇସିଏମଆରକୁ ମିଳିଲା ବଡ଼ ସଫଳତା । କୋଭିଡ଼ର ଆରଟିପିସିଆର ପରୀକ୍ଷଣ ପାଇଁ ଏକ ପଦ୍ଧତି ବିକଶିତ କରିଛି ଆଇସିଏମଆର । ଏହି ପଦ୍ଧତି ଅନୁସାରେ ଏବେ ୩ଘଣ୍ଟା ମଧ୍ୟରେ ହିଁ କୋଭିଡ଼ ଟେଷ୍ଟର ଫଳାଫଳ ବାହାରି ପାରିବ । ତେବେ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିକ୍ଷଣରେ ନମୁନା ଭାବରେ ଗଳାରୁ ଲାଳ ବା ସ୍ୱାବ ସଂଗ୍ରହ କରିବା ଆବଶ୍ୟକ ନାହିଁ । ଏହା ପରିବର୍ତ୍ତେ ପରୀକ୍ଷା ନଳୀରେ ଥିବା ଅମ୍ଳୀୟ ଜଳକୁ ଜଣେ ୧୫ସେକେଣ୍ଡ ପର୍ଯ୍ୟନ୍ତ ପାଟିରେ କୁଳୁକୁଳୁ କରି ସେହି କୁଳୁକୁଞ୍ଜାକୁ ହିଁ ନମୁନା ଭାବେ ବ୍ୟବହାର କରାଯାଇ ପାରିବ ।

ଏହି ପ୍ରକ୍ରିୟା ଏକ ଉଲ୍ଲେଖନୀୟ ଆବିଷ୍କାର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି । ଏହି ଲାଳମୁକ୍ତ ତଥା ପୀଡ଼ା ରହିତ ପ୍ରକ୍ରିୟା କୋଭିଡ଼ ପରୀକ୍ଷଣର ମୋଡ଼ ବଦଳାଇବ ବୋଲି କୁହାଯାଇଛି । ତେବେ କୁଳୁକୁଞ୍ଚା କରିବା ଏକ ସୁବିଧାଜନକ ଉପାୟ ହୋଇଥିବାରୁ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକତା ନାହିଁ। ଏଥି ସହିତ ସହଜ ପ୍ରକ୍ରିୟା ଯୋଗୁଁ ଏହା ରୋଗୀଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ହେବା ସହ ପୂର୍ବର ସ୍ବାବ୍‌ ସଂଗ୍ରହ ବେଳେ ଦରକାର ପଡୁଥିବା ବ୍ୟୟସାପେକ୍ଷ ପିପିଇ ସରଞ୍ଜାମର ମଧ୍ୟ ଆବଶ୍ୟକତା ନାହିଁ ବୋଲି ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ ଡା. କୃଷ୍ଣା କୈମାର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ