Masthead

କୋଭିଡ଼ ଟେଷ୍ଟ ପାଇଁ ଦରକାର ପଡ଼ିବନି ସ୍ୱାବ୍ ସଂଗ୍ରହ, ଜାଣନ୍ତୁ କିପରି ହେବ ଟେଷ୍ଟ..

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇସିଏମଆରକୁ ମିଳିଲା ବଡ଼ ସଫଳତା । କୋଭିଡ଼ର ଆରଟିପିସିଆର ପରୀକ୍ଷଣ ପାଇଁ ଏକ ପଦ୍ଧତି ବିକଶିତ କରିଛି ଆଇସିଏମଆର । ଏହି ପଦ୍ଧତି ଅନୁସାରେ ଏବେ ୩ଘଣ୍ଟା ମଧ୍ୟରେ ହିଁ କୋଭିଡ଼ ଟେଷ୍ଟର ଫଳାଫଳ ବାହାରି ପାରିବ । ତେବେ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିକ୍ଷଣରେ ନମୁନା ଭାବରେ ଗଳାରୁ ଲାଳ ବା ସ୍ୱାବ ସଂଗ୍ରହ କରିବା ଆବଶ୍ୟକ ନାହିଁ । ଏହା ପରିବର୍ତ୍ତେ ପରୀକ୍ଷା ନଳୀରେ ଥିବା ଅମ୍ଳୀୟ ଜଳକୁ ଜଣେ ୧୫ସେକେଣ୍ଡ ପର୍ଯ୍ୟନ୍ତ ପାଟିରେ କୁଳୁକୁଳୁ କରି ସେହି କୁଳୁକୁଞ୍ଜାକୁ ହିଁ ନମୁନା ଭାବେ ବ୍ୟବହାର କରାଯାଇ ପାରିବ ।

ଏହି ପ୍ରକ୍ରିୟା ଏକ ଉଲ୍ଲେଖନୀୟ ଆବିଷ୍କାର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି । ଏହି ଲାଳମୁକ୍ତ ତଥା ପୀଡ଼ା ରହିତ ପ୍ରକ୍ରିୟା କୋଭିଡ଼ ପରୀକ୍ଷଣର ମୋଡ଼ ବଦଳାଇବ ବୋଲି କୁହାଯାଇଛି । ତେବେ କୁଳୁକୁଞ୍ଚା କରିବା ଏକ ସୁବିଧାଜନକ ଉପାୟ ହୋଇଥିବାରୁ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକତା ନାହିଁ। ଏଥି ସହିତ ସହଜ ପ୍ରକ୍ରିୟା ଯୋଗୁଁ ଏହା ରୋଗୀଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ହେବା ସହ ପୂର୍ବର ସ୍ବାବ୍‌ ସଂଗ୍ରହ ବେଳେ ଦରକାର ପଡୁଥିବା ବ୍ୟୟସାପେକ୍ଷ ପିପିଇ ସରଞ୍ଜାମର ମଧ୍ୟ ଆବଶ୍ୟକତା ନାହିଁ ବୋଲି ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ ଡା. କୃଷ୍ଣା କୈମାର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ