Before Header

ପୁଣି ଜାଲ ନୋଟ କାରବାର, ୨ ଅଭିଯୁକ୍ତ ଅଟକ

0 79

ନୀଳଗିରି(ବଡ଼ ଖବର ବ୍ୟୁରୋ): ପୁଣି ଜାଲ ନୋଟ କାରବାର । ୨ ଅଭିଯୁକ୍ତ ଅଟକ । ନୀଳଗିରିରେ ମାସକ ପୂର୍ବରୁ ୩୨ ହଜାର ୭ସହ ଜାଲ ନୋଟ ଜବତ ହବା ସହ ଦୁଇ ଜଣ ଧରାପଡ଼ି ଜେଲ ଯାଇଥିଲେ । ଗତକାଲି ପୁଣି ଥରେ ଜାଲନୋଟ୍ ବୁଲିବାର ଚିତ୍ର ଲୋକ ଲୋଚନକୁ ଆସିଛି। ଗରାଖ ବେଶରେ ଆସି ୨ଜଣ ଯୁବକ ସାମଗ୍ରୀ କିଣୁଥିବା ବେଳେ ଧରା ପଡିଛନ୍ତି। ବରହମପୁର ଥାନା ଅଧୀନ ବାଉଁଶପାଳ ଗାଁର ସୁଶାନ୍ତ ପାତ୍ର ଓ ବରହମପୁର ଗାଁର ଟିକିନା ବେହେରାଙ୍କୁ ଅଟକ ରଖିଛି ପୋଲିସ । ଏନେଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ କହିଛନ୍ତି ।

Leave A Reply

Your email address will not be published.