Masthead

ୱାୟନାଡରେ ହେବ ସାନି ନିର୍ବାଚନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ୱାୟନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି ମୋଦି ସରନେମ ବିବାଦରେ ତାଙ୍କୁ ସୁରାଟ କୋର୍ଟ ୨ ବର୍ଷ ଜେଲଦଣ୍ଡ ଶୁଣାଇ ଥିଲେ । କଂଗ୍ରେସ ମାନହାନୀର ଏକ ମାମଲାକୁ ଏକ ବଡ଼ ରାଜନୈତିକ ପ୍ରସଙ୍ଗ କରି ବିରୋଧୀଙ୍କୁ ଏକାଠି କରି ଜନତାଙ୍କ ନିକଟକୁ ଯିବାକୁ ନିଷ୍ପତ୍ତିନେଇଥିଲେ । ଜନପ୍ରତିନିଧି ଆଇନ ୧୫୧ ଧାରା ୮ (୩) ଅନୁଯାୟୀ ଯଦି ଜଣେ ସାଂସଦ ବା ବିଧାୟକଙ୍କୁ କୋର୍ଟ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରନ୍ତି ଏବଂ ତାଙ୍କୁ ୨ ବର୍ଷ ଅଥବା ତା’ ଠାରୁ ଅଧିକ ଦିନ ଜେଲଦଣ୍ଡାଦେଶ ମିଳେ ତେବେ ସାଙ୍ଘାତିକ । ସଂପୃକ୍ତ ସାଂସଦ ବା ବିଧାୟକ ସଦସ୍ୟତା ପଦ ହରାଇବେ ।

ଖାଲି ସେତିକି ନୁହେଁ ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ । ଆଇନରେ ବ୍ୟବସ୍ଥା ଅଛି ଯଦି ସେ ଉପର କୋର୍ଟରୁ ଦଣ୍ଡାଦେଶ ଉପରେ ରହିତାଦେଶ ଆଣନ୍ତି ତେବେ ସଦସ୍ୟତା ବଜାୟ ରହିପାରିବ । ପୂର୍ବ ପ୍ରଚଳିତ ଜନ ପ୍ରତିନିଧି ଆଇନ ୧୮୫୧ ଧାରା ୮(୪) ଅନୁସାରେ ଦୋଷୀ ସାଂସଦ କିମ୍ବା ବିଧାୟକଙ୍କ ସଦସ୍ୟତା ତୁରନ୍ତ ଖାରଜ ହେବ ନାହିଁ । କିନ୍ତୁ ସେମାନଙ୍କ ପାଖରେ ୩ ମାସ ସମୟ ରହିବ । ଏହି ସମୟ ମଧ୍ୟରେ ସେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କଲେ ଶୁଣାଣି ଶେଷ ନହେବା ଯାଏଁ ସଦସ୍ୟତା ବଜାୟ ରହିବ ।

ଯଦି ୩ ମାସ ମଧ୍ୟରେ ଆବେଦନ କରିବେ ନାହିଁ ତେବେ ତାଙ୍କ ସଦସ୍ୟତା ଚାଲି ଯିବ । ୨୦୧୩ ଜୁଲାଇରେ ଲିଲି ଥୋମାସ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟ ଜନପ୍ରତିନିଧି ଆଇନ ୧୫୧ ଧାରା ୮(୪) ଅଧିନରେ ମିଳୁଥିବା ଆଶ୍ୱସ୍ତିକୁ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲେ । ସୁପ୍ରିମକୋର୍ଟ କହିଥିଲେ ଯଦି ସାଂସଦ କିମ୍ବା ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି ତାଙ୍କୁ ୨ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ଜେଲ ଦଣ୍ଡ ଦିଆଯାଉଛି, ତେବେ ଦୋଷୀ ସାବ୍ୟସ୍ତ ହେବା କ୍ଷଣି ତାଙ୍କର ସଦସ୍ୟତା ଚାଲିଯିବ ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ । ରାହୁଲଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଲୋକସଭା ବାଚସ୍ପତିଙ୍କ ନିକଟରେ ବିଜେପି ଅଭିଯୋଗ କରିଥିଲା । ଲୋକସଭା ସଚିବାଳୟ ନେଇଛି କାର୍ଯ୍ୟାନୁଷ୍ଠାନ । କେରଳର ୱାୟନାଡ ଲୋକସଭା ଆସନ ଖାଲି ହୋଇଛି । ସାନି ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ଲୋକସଭା ସଚିବାଳୟ ଜଣାଇଦେଇଛନ୍ତି । ଏବେ ଉପରକୋର୍ଟଙ୍କ ଉପରେ ରାହୁଲଙ୍କ ଭରସା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି