Masthead

ବିଜୁଳି ସଙ୍କଟ: କୋଲ ଇଣ୍ଡିଆ ଉପରେ ୨୦ ହଜାର କୋଟି ବାକି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)   ଆଗାମୀ ଦିନରେ ବିଜୁଳି ସଙ୍କଟକୁ ନେଇ ଭାରତକୁ ଏକ ବଡ ଝଟକା ଲାଗିପାରେ । ଭାରତରେ କୋଇଲାର ଅଭାବ ଯୋଗୁ ବିଜୁଳିର ଅଭାବ ପରିଲିକ୍ଷିତ ହେଉଛି । କୋଇଲାର ଅଭାବ ଦୂର କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଆମିତ ଶାହାଙ୍କ ପରେ ଏବେ ପିଏମଓ ପକ୍ଷରୁ ମଧ୍ୟ ସ୍ଥିତିର ଯାଞ୍ଜ କରାଯାଇଛି । ଯାଞ୍ଚ ପରେ ଏବେ ଏକ ତଥ୍ୟ ସାମ୍ନାକୁ ଆସିଛି ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ରାଜ୍ୟଗୁଡିକ କୋଇଲା ସଙ୍କଟ ଦେଇ ଗତି କରୁଛି । ଏହାରି ଭିତରେ ସେମାନେ କୋଲ ଇଣ୍ଡିଆର ପ୍ରାୟ ୨୦ ହଜାର କୋଟି ଟଙ୍କାର ବାକି ରଖିଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, କୋଇଲା ମନ୍ତ୍ରାଳୟ ଜାନୁଆରୀ ମାସ ଠାରୁ ହିଁ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି କୋଲ ଇଣ୍ଡିଆ ପାଖରେ ଥିବା ଷ୍ଟକ ନେଇ ଯିବାକୁ ପରାମର୍ଶ ଦେଇଥିଲା ।କିନ୍ତୁ ଏହାର ଜବାବ ରାଜ୍ୟମାନେ ଦେଇନଥିଲେ ।

ସେପଟେ ଦିଲ୍ଲୀ ଓ ପଞ୍ଜାବ ପରି ରାଜ୍ୟ ଗୁଡିକ ମୁଖ୍ୟ କୋଇଲା ପ୍ଲାଣ୍ଟକୁ ମଧ୍ୟ ବନ୍ଦ କରିଦେଇଥିଲେ । ନିୟମ ଅନୁସାରେ କୋଲ ଇଣ୍ଡିଆ କେବଳ ନିର୍ଦ୍ଦିଷ୍ଟ ସୀମା ଯାଏ କୋଇଲା ଷ୍ଟକ ରଖିପାରିବ । କାରଣ ଅଧିକ ଷ୍ଟକ ରଖିଲେ ସେଠାରେ ଅଗ୍ନିକାଣ୍ଡ ଘଟିବାର ସମ୍ଭାବନା ରହିଛି । ତେବେ ଝାରଖଣ୍ଡ, ରାଜସ୍ଛାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ପାଖରେ ନିଜସ୍ୱ କୋଇଲା ଖଣି ରହିଛି । କିନ୍ତୁ ସେଠାରେ ଖୁବ କମ କୋଇଲା ଉତ୍ପାଦନ କରାଯାଉଛି । ମୌସୁମୀ ସମୟରେ ବିଦେଶରେ କୋଇଲାର ଦାମ ବଢିଥିଲା । ତେଣୁ ଅଭାବ ସମସ୍ୟା ସୃଷ୍ଟି ହୋଇଛି ।

ଅନ୍ତର୍ଜାତୀୟ ବଜାରରେ ଯେତେବେଳେ କୋଇଲାର ଦାମ  କମ ଥିଲା ସେତେବେଳେ ରାଜ୍ୟ ସରକାର ଓ ବିଜୁଳି ଉତ୍ପାଦନ କମ୍ପାନୀମାନେ ଏହାକୁ ବିଦେଶରୁ କିଣୁଥିଲେ । ଦେଖିବାକୁ ଗଲେ ଏବେ ପ୍ରାୟ ରାଜ୍ୟରେ କୋଇଲାର ଅଭାବ ଯୋଗୁ ବିଦ୍ୟୁତ ସମସ୍ୟା ଦେଖାଦେଉଛି । ଦିନକୁ ୫ ରୁ ୬ ଘଣ୍ଟା ବିଦ୍ୟୁତ କାଟ ହେଉଥିବା ନେଇ ଅଭିଯୋଗ ମଧ୍ୟ ଆସୁଛି । କୋଇଲା ସଙ୍କଟ ଦୂର କରିବା ପାଇଁ ଦୈନିକ ଉତ୍ପାଦନର ପରିମାଣର ୧.୯୪ ମିଲିୟନ ଟନରୁ ୨ ମିଲିୟନ ଟନ କରିବାକୁ ନିଷ୍ପତି ନିଆଯାଇଛି । ତେବେ ଆସନ୍ତା ୫ ଦିନ ମଧ୍ୟରେ ଏହାର ବ୍ୟବସ୍ଥା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା