ଆଜିଠୁ ଆରମ୍ଭ ହେବ ଟି୨୦ ୱାର୍ଲଡ କପ୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ଟି୨୦ ୱାର୍ଲଡ କପ୍ । ଓମାନ ଓ ୟୁଏଇରେ ଆୟୋଜିତ ହେବ ମ୍ୟାଚ୍ । ୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ଟି ମ୍ୟାଚ ଖେଳାଯିବ । ଆସନ୍ତାକାଲି ପ୍ରାରମ୍ଭିକ ପର୍ଯ୍ୟାୟରେ ୨ଟି ମ୍ୟାଚରେ ଆୟୋଜିତ ଓମାନକୁ ପାପୁଆ ନ୍ୟୁଗିନି ଏବଂ ଦ୍ୱିତୀୟ ମ୍ୟାଚର ବାଂଲାଦେଶକୁ ସ୍କଟଲାଣ୍ଡ ଭେଟ୍ୱ । ଏହାର ସୁପର ୧୨ପର୍ଯ୍ୟାୟ ଆସନ୍ତା ୨୩ରୁ ଖେଳାଯିବ । ଏଥରର ବିଶ୍ବକପରେ ମୋଟ ୪୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ବିଜେତା ୧୨ କୋଟି ଏବଂ ଉପବିଜେତା ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପାଇବେ। ୨୦୦୭ରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପର ସଫଳତମ ଦଳ ହେଉଛି ୱେଷ୍ଟଇଣ୍ଡିଜ୍ (୨)। ଭାରତ (୨୦୦୭), ପାକିସ୍ତାନ (୨୦୦୯), ଇଂଲଣ୍ଡ (୨୦୧୦) ଓ ଶ୍ରୀଲଙ୍କା (୨୦୧୪) ଥରେ ଲେଖାଏଁ ଏହାକୁ ଜିତିଛନ୍ତି। ୱେଷ୍ଟଇଣ୍ଡିଜ୍ ଏଥର ଟ୍ରଫି ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଅନ୍ୟତମ ଦାବିଦାର ଭାରତ ଦ୍ବିତୀୟ ଥର ପାଇଁ ବିଜେତା ହେବା ଲାଗି ଚେଷ୍ଟା କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ