Masthead

 ବଞ୍ଚିବାର ରାହା ଯୋଗାଉଛି ରଙ୍ଗ ଆଉ ତୁଳୀ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଖେଳନା ଧରିବା ବୟସରେ ତାଙ୍କ ହାତ ରଙ୍ଗ ତୁଳୀକୁ ସ୍ପର୍ଶ କରିଛି । ଅଜାଣତରେ ରଫଖାତା ପୃଷ୍ଠାରେ ଆଙ୍କିତ ଅନେକ ଛବି ସତେ ଯେପରି କଥା କହୁଛନ୍ତି । ବଞ୍ଚିବାର ରାହା ଯୋଗାଉଛି ରଙ୍ଗ ଆଉ ତୁଳୀ । ବିଶ୍ୱ ଦେଖୁଛି ତାଙ୍କ କଳା କାରିଗରି ।  ଆମେ କହୁଛୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ପଂଚାୟତ ସୁରିସଡିହ ଗ୍ରାମର ଗୋପାଳ ସାମଲ କଥା । ଖଣ୍ଡ ବିଖଣ୍ଡିତ ଚକ୍ ହେଉ ଅବା ଫାଇବର । ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠନ୍ତି । ସହରି ସଭ୍ୟତାଠୁ ଗାଁ ଚଳଣି । ଦେବଦେବୀଙ୍କ ମୂର୍ତ୍ତିଠୁ ଭାରତମାତାର ପ୍ରତିମୂର୍ତ୍ତିର ଆକର୍ଷଣ ଅନ୍ୟନ୍ୟ । ଗାଁ ଚାଟଶାଳିରୁ ଆମେରିକା ଯାଏ ସାରା ବିଶ୍ୱ ଦେଖିଛି ତାଙ୍କ କାରିଗରି ।

ରୁଷ ଓ ୟୁକ୍ରେନ ମଧ୍ୟରେ  ଲାଗିରହିଥିବା ଯୁଦ୍ଧ ରୋକିବାକୁ ତାଙ୍କର ବାଲୁକାଚିତ୍ର  ସାରା ବିଶ୍ବକୁ ଚକିତ କରିଦେଇଛି । ଚାଟଶାଳି ଶିକ୍ଷକ ନନ୍ଦ ସାର, ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଚେହେରା ମିହିର ଦାସ, କଣ୍ଠଶିଳ୍ପୀ ଲତା ମଙ୍ଗେସକର, ସ୍ୱାମୀ ବିବେକାନନ୍ଦ ଓ ସୁଭାଷ ବୋଷଙ୍କର ଚକ୍ଖଡିରେ ମୂର୍ତ୍ତି ନିର୍ମାଣ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ସେ ଆମେରିକାରେ ଓଡ଼ିଶାର କଳାକୁ ବଞ୍ଚାଇ ରଖିବା ପାଇଁ ଚଳାଇଛନ୍ତି ଉଦ୍ୟମ ।  ସୋରିଷ ଢିଅ ଗ୍ରାମର ରତ୍ନାକର ସାମଲଙ୍କ ପୁଅ ଗୋପାଳ ସାମଲ । ପିଲାବେଳୁ କଳାକୁ ଆପଣେଇ ଥିବା ଗୋପାଳ ଏବେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

କାନାଡ଼ା, ଇଂଲଣ୍ଡ, ନେଦରଲ୍ୟାଣ୍ଡ, ସୁରିମନ ପ୍ରଭୃତି ଦେଶ ଦେଖିଛି ଗୋପାଳଙ୍କ କାରିଗରି ।  ପଞ୍ଜାବ, ଗୁଜରାଟ, ହରିୟାଣା, ଉତ୍ତରାଖଣ୍ଡ, ୟୁପି ଓ ହରିଦ୍ୱାରରେ ମୂର୍ତ୍ତି ତିଆରି କରି ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି ସେ ।  ନିକଟରେ ଆମେରିକା ପାଇଁ ୪୦୦ ଭାରତମାତା ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଗୋପାଳ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ କିଛି ଯୁବ କଳାକାରମାନଙ୍କୁ ମଧ୍ୟ ଏଇ ମୂର୍ତ୍ତି କାର୍ୟ୍ୟରେ ଲଗାଇଛନ୍ତି ଗୋପାଳ  । ସେମାନେ ମଧ୍ୟ ବେଶ ଦୁଇ ପଇଶା ରୋଜଗାର କରି ସ୍ୱାବଲମ୍ବୀ । ନିଜ ପରିବାର ପ୍ରତିପୋଷଣ କରି ବେଶ ଖୁସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ