Masthead

ସେଲ୍ଫି ନେବାବେଳେ ବଜ୍ରପାତରେ ଗଲା ୧୧ ଜଣଙ୍କ ଜୀବନ

(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬୮ ଜଣଙ୍କ ଜୀବନ ଯାଇଛି । ମୌସୁମୀ ବର୍ଷା ସାଙ୍ଗକୁ ପ୍ରବଳ ବଜ୍ରପାତ ହେବାରୁ ଉତ୍ତରପ୍ରଦେଶରେ ସର୍ବାଧିକ ୪୧ ଜଣ ପ୍ରାଣ ହରାଇଛନ୍ତି । ସେହିପରି ମଧ୍ୟପ୍ରଦେଶରେ ୭ ଏବଂ ରାଜସ୍ଥାନରେ ୭ ଶିଶୁଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି । । ରବିବାର ରାଜସ୍ଥାନ ଜୟପୁର ସ୍ଥିତ ଅମେର ଫର୍ଟରେ ଜମିଥିଲା ପଟକଙ୍କ ଗହଳି । ଏତିକି ବେଳେ ପ୍ରକୃତି ସାଜିଲା କାଳ । ହଠାତ ବଜ୍ରପାତରେ ଟଳିପଡିଲେ ୧୧ ଜୀବନ ।

https://twitter.com/akshayhimself/status/1414519907488649222?s=20

ଆମେର ଦୁର୍ଗ ବୁଲିବାକୁ ଯାଇଥିବା ଅନେକ ପର୍ଯ୍ୟଟକ ସେଲଫି ନେବା ସମୟରେ ବିଜୁଳି ମାଡରେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଜୟପୁରର ଅନ୍ୟ ସ୍ଥାନରେ ବଜ୍ରପାତରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ୨୩ ଜଣଙ୍କ ବଜ୍ରପାତରେ ମୃତ୍ୟୁବରଣ କରିଥିବାବେଳେ ୨୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ଅନେକ ଚାଷୀ ରହିଛନ୍ତି ।

ଯେଉଁମାନେ ନିଜ ଜମିରେ ଚାଷ କାମ କରୁଥିଲେ । କେବଳ ସେତିକି ନୁହେଁ ୨୫୦ ଗୃହପାଳିତ ପଶୁ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେପଟେ ବଜ୍ରାଘାତରେ ଝାଡ଼ଖଣ୍ଡରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ଲକ୍ଷର ଆର୍ଥିକ ସହାୟତା ଏବଂ ଆହତଙ୍କ ପାଇଁ ୫୦ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ