Masthead

ପିଇଓ ଖାଇଗଲେ କୋଟିଏ ଟଙ୍କା

ରାଇଘର (ବଡ଼ ଖବର ବ୍ୟୁରୋ): କୋଟିଏ ଟଙ୍କା ହଡ଼ପ କରିନେଲେ ପିଇଓ । ପିଇଓ ସୁରେନ୍ଦ୍ର ଭତ୍ରାଙ୍କ ନାଁରେ ଅଭିଯୋଗ । ପିଇଓଙ୍କ ନାଁରେ ଅଭିଯୋଗ କଲେ ବିଡିଓ ଲକ୍ଷ୍ମୀ ସାଗର ମାଝୀ । ଅଭିଯୋଗ ପରେ ନିଲମ୍ବିତ ହେଲେ ସୁରେନ୍ଦ୍ର ଭତ୍ରା । ସରକାରୀ ଟଙ୍କାରେ କରିଛନ୍ତି ବିଳାସପୂର୍ଣ୍ଣ ଘର । ରିଲ୍ସ କରି ଉଡାଉଥିଲେ ଟଙ୍କା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ଗ୍ରାମପଂଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଭତ୍ରାଙ୍କ ନାମରେ ଏକ କୋଟିରୁ ଉର୍ଦ୍ଧ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

ଏ ନେଇ ରାଇଘର ବିଡିଓ ଲକ୍ଷ୍ମୀ ସାଗର ମାଝୀ କୁନ୍ଦେଇ ଥାନାରେ ଏକ ଏତଲା ପ୍ରଦାନ କରିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ପିଇଓଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ସୁରେନ୍ଦ୍ର ଭତ୍ରା ସରକାରୀ ଟଙ୍କାରେ ଘର ଗାଡି କରିବା ସହ ବିଳାସପୂର୍ଣ୍ଣ ଜୀବନ ବିତାଇବା ସହିତ ରିଲସ କରି ଟଙ୍କା ଉଡାଉ ଥିଲେ । ସୂଚନା ଅନୁଯାୟୀ ସୁରେନ୍ଦ୍ର ଭତ୍ରା ତୁରୁଡ଼ିହି ଗ୍ରାମ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ସମୟରେ ଉନ୍ନୟନମୂଳକ କାର୍ଯ୍ୟ ବାବଦକୁ ଆସିଥିବା ଅନୁଦାନକୁ ନିଜେ ଉଠାଇ ନେଇଥିବା ସେଠାକାର ସରପଞ୍ଚ ଓ କିଛି ଗ୍ରାମବାସୀ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ । ଉକ୍ତ ପଞ୍ଚାୟତର ପ୍ରାୟ ୬୫ ଲକ୍ଷ ୭ ହଜାର ୬ ଶହ ଟଙ୍କା କାମ ନକରି ହଡ଼ପ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ସେହିଭଳି କଚରାପାରା -୩ ପଞ୍ଚାୟତରେ ମଧ୍ୟ ୩୮ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ହଡ଼ପ ହୋଇଥିବା ଉକ୍ତ ପଞ୍ଚାୟତର ସରପଞ୍ଚ ସୁକନାଥ ଗଣ୍ଡ ଅଭିଯୋଗ କରିଛନ୍ତି । ଏ ନେଇ ସେ ବିଡିଓ ଶ୍ରୀ ମାଝୀ ଓ କୁନ୍ଦେଇ ଥାନାରେ ଲିଖିତ ଜଣାଇଛନ୍ତି ।

ପାଖାପାଖି ଏକ କୋଟି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହଡ଼ପ ହୋଇଥିବା ବେଳେ ଉନ୍ନୟନ ମୂଳକକାର୍ଯ୍ୟ ନିମନ୍ତେ ଆସିଥିବା ଅନୁଦାନର ଏତେ ଗୁଡ଼ାଏ ଟଙ୍କା ସେ କିଭଳି ନିଜ ଆକାଉଣ୍ଟକୁ ନେଇ ଯାଇଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ବିଡିଓ ଶ୍ରୀ ମାଝୀ ଘଟଣାର ପ୍ରାଥମିକ ତଦନ୍ତ କରିବା ପରେ ଅଭିଯୁକ୍ତ ପିଇଓ ସୁରେନ୍ଦ୍ର ଭତ୍ରାଙ୍କ ବିରୋଧରେ କୁନ୍ଦେଇ ଥାନାରେ ଏତଲା ପ୍ରଦାନ କରିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ପିଇଓଙ୍କ ଫୋନ ସୁଇଚ୍ ଅଫ୍ ଥିବା ଯୋଗୁଁ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ କୁନ୍ଦେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି