Masthead

ଖୁବଶୀଘ୍ର POK ଖାଲି କର !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆତଙ୍କବାଦ ପ୍ରତି ପାକିସ୍ତାନର ଦୁର୍ବଳତା କେତେ ତାହା ବିଶ୍ୱ ଜାଣିଛି । ବାରମ୍ବାର ଆତଙ୍କବାଦ ପ୍ରସଙ୍ଗ ଉଠିଲାମାନେ ପାକିସ୍ତାନ ତାଙ୍କର ରକ୍ଷା କବଚ ଭାବରେ ଛିଡ଼ା ହୋଇଥାଏ । ଏହା ସାରା ବିଶ୍ୱ ବହୁ ଆଗରୁ ଦେଖିଆସୁଛି । ଏହା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିତ ଜାତିସଂଘ ସଭାରେ ଚୁପ କରାଇ ସ୍ନେହା ଦୁବେ ଚର୍ଚ୍ଚାରେ ଅଛନ୍ତି । ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ କାଶ୍ମୀର ପ୍ରସଙ୍ଗକୁ ସାରା ବିଶ୍ୱରେ ଜଣାଇବା ପାଇଁ ପାକିସ୍ତାନ ମିଳିତ ଜାତିସଂଘ ସଭାରେ ପ୍ରସଙ୍ଗ ଉଠାଇଥିଲା । ହେଲେ ଚଳିତ ଥର ପାକିସ୍ତାନର ଚାଲକୁ ବୁଝି ପାରି ଇମ୍ରାନଙ୍କୁ ସ୍ନେହା ଦୁବେ ଚୁପ କରାଇଦେଇଥିଲେ ।

ବାସ ଏହା ପରେ ସାରା ବିଶ୍ୱରେ ସ୍ନେହା ଦୁବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ । ତେବେ ପାକିସ୍ତାନ ହେଉଛି ଆତଙ୍କୀମାନଙ୍କର ଆଡ୍ଡାସ୍ଥଳୀ । ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ଏବଂ ଆଗକୁ ମଧ୍ୟ ରହିବେ । ଏହା ଛଡ଼ା ପାକିସ୍ତାନ ଅଧିକୃତ ଅଞ୍ଚଳ ମଧ୍ୟ ଭାରତର ଅଙ୍ଗବିଶେଷ । ତେଣୁ ପାକିସ୍ତାନ ଆମର ସମସ୍ତ ଅଞ୍ଚଳକୁ ଫେରେଇ ଦେବା ପାଇଁ ଆମେ ଅନୁରୋଧ କରୁଛୁ ବୋଲି ମିଳିତ ଜାତିସଂଘରେ ସ୍ନେହା ଦୁବେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ