Masthead

ଖୁବଶୀଘ୍ର POK ଖାଲି କର !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆତଙ୍କବାଦ ପ୍ରତି ପାକିସ୍ତାନର ଦୁର୍ବଳତା କେତେ ତାହା ବିଶ୍ୱ ଜାଣିଛି । ବାରମ୍ବାର ଆତଙ୍କବାଦ ପ୍ରସଙ୍ଗ ଉଠିଲାମାନେ ପାକିସ୍ତାନ ତାଙ୍କର ରକ୍ଷା କବଚ ଭାବରେ ଛିଡ଼ା ହୋଇଥାଏ । ଏହା ସାରା ବିଶ୍ୱ ବହୁ ଆଗରୁ ଦେଖିଆସୁଛି । ଏହା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିତ ଜାତିସଂଘ ସଭାରେ ଚୁପ କରାଇ ସ୍ନେହା ଦୁବେ ଚର୍ଚ୍ଚାରେ ଅଛନ୍ତି । ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ କାଶ୍ମୀର ପ୍ରସଙ୍ଗକୁ ସାରା ବିଶ୍ୱରେ ଜଣାଇବା ପାଇଁ ପାକିସ୍ତାନ ମିଳିତ ଜାତିସଂଘ ସଭାରେ ପ୍ରସଙ୍ଗ ଉଠାଇଥିଲା । ହେଲେ ଚଳିତ ଥର ପାକିସ୍ତାନର ଚାଲକୁ ବୁଝି ପାରି ଇମ୍ରାନଙ୍କୁ ସ୍ନେହା ଦୁବେ ଚୁପ କରାଇଦେଇଥିଲେ ।

ବାସ ଏହା ପରେ ସାରା ବିଶ୍ୱରେ ସ୍ନେହା ଦୁବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ । ତେବେ ପାକିସ୍ତାନ ହେଉଛି ଆତଙ୍କୀମାନଙ୍କର ଆଡ୍ଡାସ୍ଥଳୀ । ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ଏବଂ ଆଗକୁ ମଧ୍ୟ ରହିବେ । ଏହା ଛଡ଼ା ପାକିସ୍ତାନ ଅଧିକୃତ ଅଞ୍ଚଳ ମଧ୍ୟ ଭାରତର ଅଙ୍ଗବିଶେଷ । ତେଣୁ ପାକିସ୍ତାନ ଆମର ସମସ୍ତ ଅଞ୍ଚଳକୁ ଫେରେଇ ଦେବା ପାଇଁ ଆମେ ଅନୁରୋଧ କରୁଛୁ ବୋଲି ମିଳିତ ଜାତିସଂଘରେ ସ୍ନେହା ଦୁବେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା