Masthead

ପୁରୀକୁ ବାଦ ଦେଲେ ଅନ୍ୟ ୯ଟି ଜିଲ୍ଲାରେ ଆଜିଠୁ ଡିଏଲ ଟେଷ୍ଟ ପାଇଁ ଅନୁମତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଗାଡି ଚାଳନା ପରୀକ୍ଷା ପାଇଁ ଅନୁମତି । ପରିବହନ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବନ୍ଦ ରହିଥିବା ୧୦ ଜିଲା ମଧ୍ୟରୁ ପୁରୀ ଜିଲାକୁ ବାଦ ଦେଇ ଅନ୍ୟ ୯ ଜିଲାରେ ଗାଡି ଚାଳନା ଅନୁମତି ପାଇବା ଲାଗି ଆଜିଠୁ ଆବେଦନ କରି ପାରିବେ । ଗତ ଏପ୍ରିଲ ୧୦ ତାରିଖରୁ ଉଭୟ ଗାଡି ଚାଳନା ଓ ଶିକ୍ଷଣ ଲାଗି ଅନୁମତି ପରୀକ୍ଷା ପାଇଁ ସମୟ ନେବା ବାତିଲା କରାଯାଇଥିଲା । ଆସନ୍ତା ୧୩ ତାରିଖ ପରଠୁ ପୁରୀ ଜିଲାରେ ମଧ୍ୟ ଆରମ୍ଭ ହେବ । ଉଭୟ ପରୀକ୍ଷା ଲାଗି “ସାରଥି’’ ପତ୍ୟକ୍ଷ ସେବା ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ।

ସକାଳ ୭ ଟାରୁ ୧୦ ଟା ମଧ୍ୟରେ ଆବେଦନ କରି ପରୀକ୍ଷା ପାଇଁ ସମୟ ନେଇ ପାରିବେ । ଭୁବନେଶ୍ୱର-୧ ଏବଂ ଭୁବନେଶ୍ୱର-୨ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗାଡି ଚାଳନା ଅନୁମତି ପାଇଁ ପରୀକ୍ଷା ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କରାଯିବ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୧ ରେ ସୋମବାର, ବୁଧବାର ଓ ଶୁକ୍ରବାର ଦିନ କରାଯିବାକୁ ସ୍ଥିର କରାଯାଇଛି । ସେହିପରି ମଙ୍ଗଳବାର ଗୁରୁବାର ଆଞ୍ଚଳିକ କାର୍ଯ୍ୟାଳୟ- ୨ ପରୀକ୍ଷା କରାଯିବ । ସେହିପରି ବାହାନ ସେବା ମାଧ୍ୟମରେ ଗାଡି ଚାଳନା ସମ୍ବନ୍ଧୀୟ ସେବା ଓ ଗାଡି ସମ୍ବନ୍ଧୀୟ ସେବା ମଧ୍ୟ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ