ଆସୁଛି ତୃତୀୟ ଲହର, ମିଳିଲାଣି ସଙ୍କେତ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସୁଛି ତୃତୀୟ ଲହର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ସତର୍କ ସୂଚନା । ବିଶେଷକରି ମହାରାଷ୍ଟ୍ର, କେରଳରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଅଯାଇଥିବା ସୂଚନା ଅନୁସାରେ ଦେଶର ୧୭ ରାଜ୍ୟର ୬୬ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ନୂଆ ସଂକ୍ରମିତ ମଧ୍ୟରୁ ୫୦ ପ୍ରତିଶତ ମହାରାଷ୍ଟ୍ର ଓ କେରଳରୁ ବାହାରିଛନ୍ତି । ମହାରାଷ୍ଟ୍ରରୁ ୨୧ ପ୍ରତିଶତ ଓ କେରଳରୁ ୩୨ ପ୍ରତିଶତ ଚିହ୍ନଟ ହୋଇଛନ୍ତି । ତେବେ ଏହା କରୋନାର ତୃତୀୟ ଲହରର ପ୍ରାଥମିକ ସଙ୍କେତ ବୋଲି କୁହାଯାଉଛି।

୮୬ଟି ଜିଲ୍ଲାରେ ଦୈନିକ ମାମଲା ୧୦୦ରୁ କମ୍‌ ରହୁଛି। ଦେଶର ୮୦ ପ୍ରତିଶତ ନୂଆ ମାମଲା ୯୦ ଜିଲ୍ଲାରେ ଚିହ୍ନଟ ହୋଇଛି। ଏହିସବୁ ଅଞ୍ଚଳ ଗୁଡ଼ିକ ଉପରେ ସ୍ବତନ୍ତ୍ର ଫୋକସ୍‌ ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି। ଦିଲ୍ଲୀ, ବେଙ୍ଗାଲୁରୁ, ଲକ୍ଷ୍ନୌ, ‌କୋଲକାତାରେ ସଂକ୍ରମଣ କମୁଛି। କିନ୍ତୁ ମହାରାଷ୍ଟ୍ର, କେରଳରେ ବଢ଼ୁଛି। ଜୁଲାଇ ୮ରେ ଶେଷ ହେଉଥିବା ସପ୍ତାହରେ ଦେଶର ୬୬ ଜିଲ୍ଲାରୁ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି।

ରାଜସ୍ଥାନ ଏବଂ ଅରୁଣାଚଳପ୍ରଦେଶରେ ସର୍ବାଧିକ ୧୦ଟି ଲେଖାଏଁ ଜିଲ୍ଲାରେ ଟେଷ୍ଟ୍‌ ପଜିଟିଭ୍‌ ହାର ଅଧିକ ରହିଛି। ଶୁକ୍ରବାର ଦେଶରେ ୪୩,୩୯୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୫୨,୯୫୦ରେ ପହଞ୍ଚିଛି। ୫ଟି ରାଜ୍ୟରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି। କେରଳରେ ସର୍ବାଧିକ ୧୩,୭୨୨ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯,୦୮୩, ତାମିଲନାଡ଼ୁରେ ୩,୨୧୧, ଆନ୍ଧ୍ରପ୍ରଦେଶରେ ୨,୯୮୨ ଏବଂ ଆସାମରେ ୨,୬୪୪ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୯୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ମୃତ୍ୟୁସଂଖ୍ୟା ୪,୦୫,୯୩୯କୁ ବୃଦ୍ଧି ପାହଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’