Masthead

ଫେସବୁକର ନାମ ବଦଳିବ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିବାକୁ ଯାଉଛି ଫେସବୁକର ନାମ । ଆସନ୍ତା ସପ୍ତାହରେ ‘ଫେସ୍‌ବୁକ୍‌’ ତା’ର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛି । ଯାହା ମଙ୍ଗଳବାର ଦିନ ‘ଦି ଭର୍ଜ’ ରିପୋର୍ଟ କରିଛି। ଅକ୍ଟୋବର ୨୮ ତାରିଖ ହେବାକୁ ଥିବା କମ୍ପାନିର ବାର୍ଷିକ ‘କନେକ୍ଟ୍‌’ ସମ୍ମିଳନୀରେ ‘ଫେସ୍‌ବୁକ୍‌’ର ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ଅଫିସର୍‌ ମାର୍କ ଜୁକରବର୍ଗ ନାମ ପରିବର୍ତ୍ତନ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ, ତା’ପୂର୍ବରୁ ମଧ୍ୟ ହୋଇପାରେ ନାମ ପରିବର୍ତ୍ତନ ।

ଏ ସଂକ୍ରାନ୍ତରେ ପ୍ରତ୍ୟକ୍ଷ ଭାବେ ଜାଣିଥିବା ବ୍ୟକ୍ତିବିଶେଷଙ୍କସୂତ୍ରକୁ ଆଧାର କରି ‘ଦି ଭର୍ଜ’ ରିପୋର୍ଟ କରିଛି। ‘ଫେସ୍‌ବୁକ’ର ବ୍ୟବସାୟ ଧାରା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଅନୁସନ୍ଧାନ ତୀବ୍ରତର ହେଉଥିବା ବେଳେ ଏଭଳି ଖବର ଶୁଣାଯାଉଛି। ‘ଫେସ୍‌ବୁକ୍‌’ ଉପରେ ‘କଂଗ୍ରେସ’ର ରାଗ ବୃଦ୍ଧି ପାଉଥିବା ଦର୍ଶାଇ ଉଭୟ ଦଳର ସାଂସଦମାନେ ତାହାକୁ (ଫେସ୍‌ବୁକ୍‌) ସମାଲୋଚନା କରିଛନ୍ତି। ‘ଇନ୍‌ଷ୍ଟାଗ୍ରାମ୍‌’, ‘ହ୍ଵାଟ୍‌ସ୍‌ଆପ୍‌’, ‘ଓକ୍ୟୁଲସ୍‌’ ଏବଂ ଅନ୍ୟାନ୍ୟ ଗ୍ରୁପ୍‌ ସବୁ ଯେମିତି ମୂଳ କମ୍ପାନିର ତତ୍ତ୍ୱାବଧାନରେ ରହୁଛନ୍ତି, ନାମ ପରିବର୍ତ୍ତନ ହେବା ପରେ ‘ଫେସ୍‌ବୁକ୍‌’ର ସାମାଜିକ ଗଣମାଧ୍ୟମ ଆପ୍‌ ମଧ୍ୟ ସେମିତି ରହିବ ବୋଲି ‘ଦି ଭର୍ଜ’ ରିପୋର୍ଟ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା