Before Header

ବାଜିରେ ଲାଗୁଛି କୋମଳ ଶିଶୁଙ୍କ ଜୀବନ

0 73

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱରରେ ଶିଶୁ ସୁରକ୍ଷା ଆଇନ ସମ୍ପୂର୍ଣ୍ଣ ବାଟବଣା । ଦାୟିତ୍ୱରେ ରେ ଥିବା ଅଫିସର ବଡ଼ବାବୁମାନେ ଏହାକୁ ସ୍ୱୀକାର କରୁଛନ୍ତି । ଯେଉଁ ବୟସରେ ଖାତା, ବହି , ପେନ ଓ ପେନସିଲ ହାତରେ ଧରାଯିବା କଥା ସେହି ହାତରେ ସେମାନଙ୍କୁ ଧରାଯାଉଛି କୋଡ଼ି , କୋଦାଲ , ଇଟା ବାଲି ର ବୋଝ । ପରିବାର ଘର ତଥା ନିଜ ପେଟକୁ ଦି ମୁଠା ଦାନା ଯୋଗାଡ଼ କରିବାକୁ ଏମାନଙ୍କୁ ଏସବୁ କରିବାକୁ ପଡେ । ଯାହାର ଫାଇଦା ନେଇ କିଛି ଦଲାଲମାନେ ସେମାନଙ୍କ ପରିବାର ଲୋକଙ୍କୁ ବାଧ୍ୟ କରେଇଥାନ୍ତି । କିଛି ଟଙ୍କାର ଲୋଭ ଦେଖାଇ ସେମାନଙ୍କୁ ସେହି ବିପଦପୂର୍ଣ୍ଣ ସ୍ଥାନରେ କାର୍ଯ୍ୟରେ ଲଗାଇଥାନ୍ତି । କେବଳ କାମରେ ନୁହେଁ ସେମାନଙ୍କ ଉପରେ ପାଶବିକ ଅତ୍ୟାଚାର ଏଭଳିକି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥାନ୍ତି । କ୍ଷୁଧା ର ଜ୍ୱାଳାରେ ସେମାନଙ୍କୁ ଏଭଳି ଅତ୍ୟାଚାର ମୁଣ୍ଡପାତି ସହିବାକୁ ପଡିଥାଏ । ଶେଷରେ ସେମାନଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ । ନୀଳଗିରି ବାଘମାରି ଅଞ୍ଚଳରେ କାମ କରୁଥିବା ୧୦ ବର୍ଷର କୁନି ଝିଅ କ୍ଷେତ୍ରରେ ହିଁ ଘଟିଥିଲା ଘଟଣା। ତେବେ ସ୍ୱତନ୍ତ୍ର ଭାବେ ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟି ଥାଇ ମଧ୍ୟ କେବଳ ନାମକୁ ମାତ୍ର ବୋଲି ପ୍ରମାଣିତ ହେଉଛି ।

କେବଳ ନୀଳଗିରି ଘଟଣା ନୁହେଁ ଏହିଭଳି ଅନେକ ଘଟଣା ଘଟି ମଧ୍ୟ ଗଣମାଧ୍ୟମ ସମ୍ମୁଖକୁ ନଆସି ମାଟି ତଳେ ଦାବି ହୋଇଯାଉଛି । କିଛି ମାସ ପୂର୍ବରୁ ଜିଲ୍ଲାପାଳ ଖୋଦ ଶିଶୁ ସୁରକ୍ଷା ଦିଗରେ ଗୁରୁତ୍ୱ ଦେଇ ଏକ ଟାସ୍କଫୋର୍ସ ଗଠନ କରିଥିଲେ । ଯେଉଁଥିରେ ଜିଲା ଶ୍ରମ ବିଭାଗ , ସମାଜ ମଙ୍ଗଳ ବିଭାଗ ତଥା ଶିଶୁ ସୁରକ୍ଷା ବିଭାଗର ସମନ୍ୱୟରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଶିଶୁ ମାନଙ୍କୁ ଉଦ୍ଧାର କରାଯିବା ସହିତ ସେମାନଙ୍କ ରକ୍ଷଣା ବେକ୍ଷଣ କରାଯିବ । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଜିଲ୍ଲାପାଳ ଏହି କାର୍ଯ୍ୟକୁ ତଦାରଖ ନକରିବାରୁ ଆଉ କୌଣସି କାର୍ଯ୍ୟ ହେଉନାହିଁ । ଯାହାର ସୁଯୋଗ ନେଇ ମାଫିଆ ମୁନାଫାଖୋର ମାନେ ସକ୍ରିୟ ହୋଇ କୋମଳ ଶିଶୁମାନଙ୍କୁ କାର୍ଯ୍ୟରେ ଲିପ୍ତ କରୁଛନ୍ତି । ଯାହାଫଳରେ କୋମଳ ଶିଶୁମାନଙ୍କର ଜୀବନ କିଛି ଟଙ୍କା ପାଇଁ ବାଜି ଲାଗୁଛି । ବେସରକାରୀ ସଂସ୍ଥା ଚାଇଲ୍ଡଲାଇନ ମଧ୍ୟ ବାଲେଶ୍ୱରରେ ବନ୍ଦ ହୋଇ ପଡିରହିଛି । ଏହି ସବୁ ଅସୁବିଧା ସମନ୍ୱୟ ଅଭାବ କଥା ଖୋଦ ଦାୟିତ୍ୱରେ ଥିବା ଶିଶୁ ସୁରକ୍ଷା ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.