Masthead

୪ ଫୁଟର ମୂର୍ତ୍ତିକୁ ନେଇ କଟକରେ ତୀବ୍ର ହେଉଛି ବିବାଦ

କଟକ (ବଡ଼ ଖବର ବ୍ୟୁରୋ): ତୀବ୍ର ହେଉଛି ମୁର୍ତ୍ତି ବିବାଦ । ମୂର୍ତ୍ତି ଉଚ୍ଚତାକୁ ନେଇ କଟକରେ ପ୍ରତିବାଦ । ପାଖେଇ ଆସୁଛି ପାର୍ବଣ ରୁତୁ । ପୂଜା ପାର୍ବଣକୁ ନେଇ ଭାଇଚାରାର ସହର କଟକ ପ୍ରସ୍ତୁତି ହେଉଥିବା ବେଳେ ଦେଖାଦେଇଛି ମୁର୍ତ୍ତି ବିବାଦ । ମାଙ୍କ ୪ ଫୁଟ୍ ର ମୂର୍ତ୍ତି ନିର୍ମାଣ ଓ ପରଦା ଆଢୁଆଳରେ ପୂଜା କରାଯିବା ନିଷ୍ପତିକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ । ଏ ନେଇ କଳା ପତାକା ଧରି ପ୍ରତିବାଦ କରିଛନ୍ତି ବିଭିନ୍ନ ବିଭିନ୍ନ ସାମଜିକ ସଂଗଠନ। ମୂର୍ତ୍ତି ନିର୍ମାଣକୁ ଆଉ ୫ଦିନ ବାକି ଥିବାରୁ ଆନ୍ଦୋଳନ ତୀବ୍ର ହେଉଛି ।

ଦୀର୍ଘ ୬ଦିନ ଧରି ସହରର ବିଭିନ୍ନ ଜନଗହଳି ସ୍ଥାନରେ କଟକ ସହରର ୪୦ଗୋଟି ସାମାଜିକ ସଂଗଠନ ସହ ବିଭିନ୍ନ ପୂଜା କମିଟିର ସଭାପତି ଓ ସଂପାଦକ ଜାରି ରଖିଛନ୍ତି ପ୍ରତିବାଦ । ଷଷ୍ଠ ଦିନରେ ଗୌରୀଶଙ୍କର ପାର୍କ ଠାରେ କଟକ ଯୁବ ସମାଜ କଳା ପତାକା ଧରି ଆନ୍ଦୋଳନ କରିଛନ୍ତି । କରୋନା ମହାମାରୀ ଆଳରେ ସରକାର ବିଶ୍ବ ପ୍ରସିଦ୍ଧ କଟକ ସହରର ଦଶହରାକୁ ବୁଡେଇ ଦେବାକୁ ବସିଛନ୍ତି ବୋଲି ଅଭିଯୋଗ ହୋଇଛି । ଦୀର୍ଘ ଦୁଇ ବର୍ଷ ହେବ ମାଙ୍କ ୪ ଫୁଟ୍ ର ମୂର୍ତ୍ତି ନିର୍ମାଣ ଓ ପରଦା ଆଢୁଆଳରେ ପୂଜା କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ମାଙ୍କ ବଡ଼ ମୂର୍ତ୍ତି ନିର୍ମାଣ ହେଉଥିଲା ଆଉ ଭକ୍ତ ମାନେ ମାଙ୍କ ଦର୍ଶନ କରୁଥିଲେ । ସେଭଳି କରାଯିବା ପାଇଁ ସହରବାସୀ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ସଚିବ, ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ପୂର୍ବରୁ ବାରମ୍ବାର ଜଣାଇଥିଲେ । ଗଣେଶ ପୂଜା ଠାରୁ ମୂର୍ତ୍ତି ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ । ମୂର୍ତ୍ତି ନିର୍ମାଣ କାର୍ୟ୍ୟ ଆରମ୍ଭ ହେବାକୁ ଆଉ ମାତ୍ର ୫ଦିନ ବାକି ଥିବାରୁ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା