Masthead

‘ଆଫଗାନିସ୍ତାନ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌’ର ମୁଖପାତ୍ର ଫହୀମ ଦସ୍ତୀ ନିହତ

(ବଡ଼ ଖବର ବ୍ୟୁରୋ): ଆଫଗାନ୍ତିସ୍ତାନ ରେଜିଷ୍ଟାନ୍ସ ଫୋର୍ସକୁ ବଡ଼ ଧରଣର ଝଟକା । ପଞ୍ଜଶୀରରେ ଚାଲିଥିବା ଲଢ଼େଇରେ ‘ଆଫଗାନିସ୍ତାନ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌’ର ମୁଖପାତ୍ର ଫହୀମ ଦସ୍ତୀ ନିହତ ହୋଇଥିବା ସୂଚନା ମିଳିଛି । ଏନେଇ ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଅନେକ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ ହୋଇଛି । ସୂଚନା ଅନୁସାରେ, ରେଜିଷ୍ଟାନ୍ସ ଫୋର୍ସ ସହ ତାଲିବାନର ଲଢେଇ ଚାଲିଥିବା ବେଳେ ଦସ୍ତୀ ପ୍ରାଣ ହରାଇଛନ୍ତି । ଏନେଇ ଫୋର୍ସ ମଧ୍ୟରୁ ମଧ୍ୟ ଫେସବୁକ ପେଜରେ ସୂଚନା ଦିଆଯାଇଛି ।

ଫେସବୁକ ପେଜରେ ଉଲ୍ଲେଖ ରହିଛି ଯେ, ରବିବାର ଦୁଇ ଜଣ ସଦସ୍ୟଙ୍କୁ ସେମାନେ ହରାଇଛନ୍ତି । ଅମୀର ସାହେବ ମସୁଦଙ୍କ କାର୍ଯ୍ୟାଳୟ ପ୍ରମୁଖ ଫହୀମ ଦସ୍ତୀ ଓ ଫାସିବାଦ ବିରୋଧରେ ଲଢୁଥିବା ସାହିବ ବଦ୍ଦୁଦ ଝୋର ନିହତ ହୋଇଛନ୍ତି । ଆଫଗାନିସ୍ତାନର ଜଣେ ସାମ୍ବାଦିକ କହିଛନ୍ତି ଯେ, ପଞ୍ଜଶୀରରେ ଦସ୍ତୀଙ୍କ ଜୀବନ ଚାଲିଯାଇଛି । ସେ ଗତ ବର୍ଷ ଗଣମାମଧ୍ୟକୁ କେବଳ ପଞ୍ଜଶୀର ପାଇଁ ନୁହେଁ ବରଂ ଆଫଗାନିସ୍ତାନ ପାଇଁ ଲଢେଇ କରୁଥିବା କହିଥିଲେ । ସେ ଆଫଗାନିସ୍ତାନର ସଂଖ୍ୟାଲଘୁ ଓ ମହିଳାଙ୍କ ସୁରକ୍ଷା ଏବଂ ଅଧିକାରଙ୍କୁ ନେଇ ଚିନ୍ତିତ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା