Before Header

ଜି-୭ ଦେଶଠାରୁ ଅଧିକ ଟିକା ଦେଇଛି ଭାରତ

0 29

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଗଷ୍ଟରେ ଜି-୭ ଦେଶଠାରୁ ଅଧିକ ଟିକା ଦେଇଛି ଭାରତ । ଅଗଷ୍ଟ ମାସରେ ଭାରତରେ ୧୮ କୋଟିରୁ ଅଧିକ କୋଭିଡ-୧୯ ଟିକା ଡୋଜ ଲୋକଙ୍କୁ ଦିଆଯାଇଛି । ଜି-୭ ଭାବେ ପରିଚିତ ବିଶ୍ୱର ୭ଟି ଶିଳ୍ପସମୃଦ୍ଧ ରାଷ୍ଟ୍ରଗୁଡିକ ଅଗଷ୍ଟ ମାସରେ ଯେତିକି ସଂଖ୍ୟକ ଟିକା ଦେଇଛନ୍ତି ତାହା ତୁଳନାରେ ଏହା ଅଧିକ ।

ଭାରତ ସରକାରଙ୍କ ପକ୍ଷରୁ ଏକ ଟ୍ୱିଟରେ ଏହି ସୂଚନା ଦିଆଯାଇଛି । ଜି-୭ ଦେଶର ସଦସ୍ୟମାନେ ହେଲେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ବ୍ରିଟେନ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ ଏବଂ ଜାପାନ। ଏମାନଙ୍କ ମଧ୍ୟରୁ କାନାଡା ସର୍ବନିମ୍ନ ୩ ନିୟୁତ ଏବଂ ଜାପାନ ସର୍ବାଧିକ ୪୦ ନିୟୁତ ଡୋଜ ଟିକା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ ୬୮.୪୬ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି ।

Leave A Reply

Your email address will not be published.