Masthead

୪୦ ଦିନ ହେବ ସୁଧୀର ନିଖୋଜ, ଅନୁଗୁଳ ପୋଲିସ କରୁଛି କ’ଣ?

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ହସଖୁସିର ପରିବାରରେ ଘୋଟି ଆସିଛି କଳାବାଦଲ । ହଠାତ୍ କୁଆଡେ ନିଖୋଜ ହୋଇଯାଇଛି ରୋଜଗାରିଆ ପୁଅ । ପୁଅକୁ ଝୁରି ଝୁରି ମାଆ ଆଖିରୁ ଲୁହ ଶୁଖୁନି । ବେସାହାରା ହୋଇଯାଇଛନ୍ତି ପରିବାରର ୯ ପ୍ରାଣୀ । ଏ ହେଉଛି ଅନୁଗୁଳ ଜିଲ୍ଲା କୁକୁଡ଼ା ପଞ୍ଚାୟତର ଘୂଞ୍ଚାପାଳ ଗାଁର ସୁଧୀର ନାୟକଙ୍କ କାହାଣୀ । ସୂଧୀର ଗାଡି ଚଳାଇ ପରିବାରର ନଅ ଜଣଙ୍କ ପେଟ ପୋଷୁଥିଲେ । ବେସ ହସଖୁସିରେ ଥିଲା ସୁଧୀରଙ୍କ ପରିବାର ।

ହେଲେ ଜୁଲାଇ ମାସ ୩ ତାରିଖରେ ହଠାତ୍ କୁଆଡେ ନିଖୋଜ ହୋଇଯାଇଥିଲେ ସୁଧୀର । ଘର ଲୋକଙ୍କ ଖୋଜା ଖୋଜି ପରେ ବି ସୁଧୀରଙ୍କ ପତା ମିଳିନଥିଲା । ପରିବାର ଲୋକଙ୍କ ସବୁ ଚେଷ୍ଟା ପରେ ବି ସୁଧୀରଙ୍କ ଖବର ମିଳୁନି । ଚାହିଁ ଚାହିଁ ପରିବାର ଲୋକଙ୍କ ଆଖିରୁ ନିଦ ହଜି ଯାଇଛି । ରୋଜଗାରିଆ ପୁଅ ନିଖୋଜରେ ପରିବାରର ଅବସ୍ଥା ଜଟିଳ ହୋଇ ପଡିଛି । କୌଣସି ରୋଜଗାର ନଥିବାରୁ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ପରବାର ଲୋକେ ।

ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ପରିବାର ଲୋକେ । ହେଲେ ନିଖୋଜ ହେବାର ୪୦ ଦିନ ବିତିଗଲାଣି, ସେ ଜୀବିତ କି ମୃତ ଏ ଖବର ମଧ୍ୟ ନାହିଁ । ଏବେ କେବଳ ପୋଲିସ ଉପରେ ଭରସା ରଖି ସୁଧୀରଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ । କୋଣସି ବ୍ୟକ୍ତି ସୁଧୀରଙ୍କ ଖବର ପାଇଲେ ଖବର ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ