Masthead

ସଂଶୋଧିତ କୃଷି ଆଇନକୁ ବିରୋଧ ଜାରି: ଜାଣନ୍ତୁ ଆଜିର ଅପଡେଟ୍

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ନିକଟରେ ପାର୍ଲାମେଣ୍ଟରେ ପାରିତ ହୋଇଥିବା କୃଷି ଆଇନକୁ ଦେଶବ୍ୟାପୀ ବିରୋଧ ଜାରି ରହିଛି। ବିଭିନ୍ନ କୃଷକ ସଂଗଠନ ଏହାକୁ ତୀବ୍ର ବିରୋଧ କରୁଥିବାବେଳେ ଏହା କୃଷକ ବିରୋଧୀ ଆଇନ ବୋଲି ଦାବି କରି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ଚଳାଇଛି। ତେବେ କୃଷକ ସଂଗଠନଗୁଡ଼ିକ ସହ ଆଲୋଚନା ପାଇଁ ଆଜି ଅପରାହ୍ନରେ କେନ୍ଦ୍ର କୃଷି ସଚିବ ଏକ ବୈଠକ ଡକାଇଥିଲେ। ବୈଠକରେ ସାମିଲ ହେବା ପାଇଁ ୨୯ କୃଷକ ସଂଗଠନକୁ ନିମନ୍ତ୍ରଣ କରାଯାଇଥିଲା। ନୂଆଦିଲ୍ଲୀସ୍ଥିତ କୃଷକ ଭବନରେ ବୈଠକ ଅନୁଷ୍ଠିତ ହେବାର ଥିଲା।

ତେବେ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ସାମିଲ ହୋଇ ନ ଥିବାରୁ କୃଷକ ନେତାମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। କୃଷକ ନେତାମାନଙ୍କୁ ମନାଇବାରେ ବିଫଳ ହୋଇଛନ୍ତି ସଚିବ। ଏହି ଆଇନ ଦ୍ୱାରା ଶିଳ୍ପପତିମାନେ ମାଲାମାଲ ହେବେ। କୃଷକଙ୍କୁ ଏହାର କୌଣସି ସୁଫଳ ମିଳିବ ନାହିଁ ବୋଲି କହିଥିଲେ କୃଷକ ନେତା। ଏହାକୁ ଏକ କଳା ଆଇନ ବୋଲି ଅଭିହିତ କରି କୃଷକ ନେତାମାନେ ବୈଠକକୁ ବର୍ଜନ କରି ବାହାରକୁ ଚାଲି ଆସିଥିଲେ। ଏପରିକି ବାହାରକୁ ଆସି ଆଇନ ସମ୍ପର୍କିତ ବିଭିନ୍ନ ଦସ୍ତାବିଜ ଚିରିଫାଡ଼ି ଦେଇଥିଲେ। ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ। ନଚେତ୍ କୃଷକ ସଂଗଠନଗୁଡ଼ିକର ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ରହିବ ସେ ନେଇ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା