Before Header

ରାସ୍ତାରେ ପଡ଼ି ଜୀବନ ଗଲା

0 105

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ନାଲକୋ ଥାନା ଅନ୍ତର୍ଗତ କାଣ୍ଡଶର ଗୌଡ ସାହିଠାରେ ଏକ ମୃତଦେହ ଉଦ୍ଧାର କରିଛି ନାଲକୋ ପୋଲିସ । ମୃତକ ଜଣକ ଗୌତମ ବେହେରା (୪୦) ଘର ଜାମୁଣ୍ଡା ଜଙ୍ଗଲ ଅଞ୍ଚଳ ବୋଲି ଜଣାପଡ଼ିଛି । ସୂଚନା ମୁତାବକ ଗୌତମ ବେହେରା କାଣ୍ଡଶର ଗୌଡସାହିରେ ରହି ଦିନ ମଜୁରିଆ ଭାବରେ କାମ କରୁଥିଲେ । ରାସ୍ତାରେ ଆସୁଥିବା ସମୟରେ ଝୁଣ୍ଟିପଡ଼ି ତଳେ ପଡିଯାଇଥିଲେ ଓ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି । ଖବର ପାଇ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଶବ ବ୍ୟବେଚ୍ଛେଦ ପରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ନାଲକୋ ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.