Masthead

‘ପୋଲିସ ତଦନ୍ତ ଠିକ ହେବନି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୋଲିସର ତଦନ୍ତ ସନ୍ଦେହ ଘେରରେ। ପୋଲିସ ବିଭାଗ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଖସେଇବାକୁ ଚାହୁଁଛି। ପୂର୍ବରୁ ଅନେକ ଥର ଦେଖାଇଛନ୍ତି ଯେ ଯେଉଁଠି ମନ୍ତ୍ରୀଙ୍କ ସମ୍ପୃକ୍ତି ଥାଏ । ସେଠାରେ ପୋଲିସ ହାତ ଟେକି ଦିଏ । ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଆସିଲା । କିନ୍ତୁ ପୋଲିସ ତାଙ୍କୁ ତଦନ୍ତ ପରିସରକୁ ନେଲା ନାହିଁ । ଦ୍ବିତୀୟ କାହାଣୀ ପୋଲିସ ମାହାଙ୍ଗା ଡବଲ ମର୍ଡର କେସରେ ଶୁଣାଇଲା । ୧୩ ନମ୍ବର ମୁଦାଲା ପ୍ରତାପ ଜେନାଙ୍କୁ ଖସେଇ ଦିଆଗଲା । ତେଣୁ ପୋଲିସକୁ କେମିତି ବିଶ୍ୱାସକୁ ନିଆଯିବ ।

ପୋଲିସ ଗୋବିନ୍ଦ ସାହୁଙ୍କ କଥାକୁ ବିଶ୍ୱାସକୁ ନେଲା କିନ୍ତୁ ମମିତା ମେହେରଙ୍କ ପରିବାର ଲୋକଙ୍କ କଥାକୁ ବିଚାରକୁ ନିଆଯାଉନାହିଁ । ୮ ତାରିଖ କେ. ନୂଆଗାଁ ପୋଲିସ ମମିତା ମେହେରଙ୍କ ବାପା ଓ ମାଆଙ୍କ ଏଫଆଇଆଇଆର କାହିଁକି ରଖିଲା ନାହିଁ । ସିନ୍ଧେକେଲା ଥାନାରେ ୪ ଦିନ କାହିଁକି ଗୋବିନ୍ଦ ସାହୁକୁ ରଖାଗଲା । କାହିଁକି କୋର୍ଟ ଫରୱାର୍ଡ କରାଗଲା ନାହିଁ । ପୋଲିସ ବାରାକରୁ ଶହ ଶହ ପୋଲିସ ଥାଉ ଥାଉ କେମିତି ଖସିଗଲା ଗୋବିନ୍ଦ । କାହିଁକି ପୋଲିସ ବାରାକର ଲାଇନ କାଟ କରଯାଇଥିଲା । କାହା ଇଶାରାରେ ଗୋବିନ୍ଦକୁ ଖସେଇ ଦିଆଗଲା । ଯେହେତୁ ଉଭୟ ଗୃହ ବିଭାଗ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ସେଥିପାଇଁ ଏହା ସ୍ପଷ୍ଟ ଯେ ଏହି କେସରେ ଦିବ୍ୟ ଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ରହିଛି । ଗୋବିନ୍ଦ ସାହୁ ଖସିଯିବା ପରେ ପୋଲିସ କେମିତି ଜାଣିଲା କଲେଜ ପଡିଆରେ ମୃତଦେହ ପୋତା ଯାଇଛି । ଗାଡିରେ ପାଉଁଜି ଅଛି ବୋଲି ପୋଲିସ କେମିତି ଜାଣିଲା । ରାଜ୍ୟର ସମସ୍ତ ମହିଳା, ଏସଏଚଜି ଗ୍ରୁପ ଏବଂ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛି ବିଜେପି । ସମସ୍ତଙ୍କୁ ଏ ପ୍ରସଙ୍ଗରେ ପ୍ରତିବାଦ କରିବାକୁ ପଡ଼ିବ । ଏହାସହ ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କର ବହିଷ୍କାର, ଗିରଫଦାରି ଏବଂ ସିବିଆଇ ତଦନ୍ତ ପାଇଁ ବିଜେପି ପୁଣି ଦାବି କରିଛି । କାରଣ ଓଡ଼ିଶା ପୋଲିସ ଏ ଘଟଣାରେ ନିରପେକ୍ଷ ତଦନ୍ତ କରିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ