Masthead

ସରକାରୀ ଫାର୍ମରୁ ଲୁଟିନେଲେ ମାଟି

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲାର ସୁକିନ୍ଦା ତହସିଲି ଅଧୀନରେ ଥିବା ସୁକିନ୍ଦା ବିହନ ଫାର୍ମ ଜମିରୁ ଏକ ଘରୋଇ ଠିକା ସଂସ୍ଥା “ଜିଭିଭି” ଲୁଟି ନେଇଛି ମାଟି । ଯାହାର ଆନୁମାନ୍ଖଳ ମୂଲ୍ୟ ବହୁ କୋଟି ଟଙ୍କା । ସଂସ୍ଥା ପକ୍ଷରୁ ରୟାଲିଟି ଥିବା କହି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଫାର୍ମର ଜମିରୁ ଲୁଟ୍ କରୁଛି ମାଟି । ସ୍ଥାନୀୟ ଫାର୍ମ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ କରିବାରେ ଲାଗିପଡି “ଜିଭିଭି” ଠିକା ସଂସ୍ଥା । ଦିନେ ଏସିଆ ମହାଦେଶର ସବୁଠାରୁ ବଡ଼ ବିହନ ଫାର୍ମ ଥିବା ଏହି ଫାର୍ମକୁ ରାଜ୍ୟ ସରକାର କିଛିବର୍ଷ ତଳୁ “ଏନ୍ଏସେସି” ନାମକ ଏକ ଠିକା ସଂସ୍ଥାକୁ ହସ୍ତାନ୍ତର କରିଥିଲେ ।

ଏହି ସମୟରେ ସ୍ଥାନୀୟ ଅଂଳର ମହିଳା ଏବଂ ପୁରୁଷ ଶ୍ରମିକ “ଏନଏସେସି”ସଂସ୍ଥାକୁ ବିରୋଧ କରି ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ । ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇ ଦେବା ଏବଂ ସେମାନଙ୍କ ଦାବିକୁ “ଏନଏସେସି “ପୂରଣ କରିବା ନେଇ ଫାର୍ମର ମରିବା ସଂପର୍କରେ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ମଧ୍ୟ ବିଧାନସଭାର ପ୍ରଶ୍ନ କାଳରେ ଗୃହରେ ଉଠାଇଥିଲେ । ତେବେ ବିଧାୟକଙ୍କ ପ୍ରଶ୍ନର ଉତର କ’ଣ ଥିଲା କୃଷିମନ୍ତ୍ରୀଙ୍କ ଏହା କହିବା ଯାହା ଉଡିଯାଉଥିବା ଚଢେଇର ପର ଗଣିବା ସହ ସମାନା କିନ୍ତୁ ଏବେ ବି ଶ୍ରମିକମାନଙ୍କ ଦାବି ପୂରଣ ହେବା ତ ଦୂରର କଥା “ଏନ୍ଏସେସି” ଠିକା ସଂସ୍ଥା ଫାର୍ମକୁ ନିଜ ଅଧୀନକୁ ନେବାର ଦୀର୍ଘବର୍ଷ ପରେ ବି ସେଠାରେ କୃଷିକାର୍ୟ୍ୟ ଆରମ୍ଭ କରିନି ତ ଶ୍ରମିକ କାମ କରିବେ କେମିତି । ହେଲେ ଏବେ ସେଜମିରୁ ରେଙ୍ଗାଲି ପେଟି କେନାଲ ନିର୍ମାଣ କାର୍ୟ୍ୟ କରୁଥିବା ଠିକା ସଂସ୍ଥା “ଏନ୍ଏସେସି” କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟିବାର ଲାଗିଛନ୍ତି ।

ଏ ସଂପର୍କରେ ଖବର ପାଇ ସ୍ଥାନୀୟ ତହସିଲିଦାର ବୁଲବୁଲ ବେହେରା ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରି ଠିକା ସଂସ୍ଥାର ସମସ୍ତ କାଗଜପତ୍ର ତଦାରଖ କରିବା ସହ ତାଙ୍କ ଉପରେ ଆଇନ୍ ଅନୁଯାୟୀ କାର୍ୟ୍ୟଅନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ସରକାରୀ ଫାର୍ମକୁ କିଛି ବର୍ଷ ପାଇଁ ଲିଜ୍ରେ ନେଇଥିବା “ଏନ୍ଏସେସି” କାହା ସାହାସରେ ମାଟି ଖୋଳି ବିକ୍ରି କରିବାକୁ ସାହସ କରିପାରିଲା ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ଯେଉଁ ଜମିରୁ ୬ ଫୁଟରୁ ଉଦ୍ଧ୍ୱର୍ ଗଭୀର ମାଟି ଖୋଳାଯାଇଛି ସେଜମିରେ କି ଚାଷ କରାଯାଇ ପାରିବ ଏହା ମଧ୍ୟ ତଦନ୍ତ ହେବା ନିହାତି ଦରକାର ବୋଲି ସ୍ଥାନୀୟ ଅଂଚଳର ଲୋକ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ