Before Header

NAC ଦାବିରେ ୮ ଘଣ୍ଟିଆ ଖଇରା ବନ୍ଦ

0 979

ସୋର (ବଡ଼ ଖବର ବ୍ୟୁରୋ): ଖଇରାକୁ ଏନଏସି ଦାବିରେ ୧୦ ଘଣ୍ଟିଆ ବନ୍ଦ ଡାକରା । ଖଇରା ସ୍ୱାଭିମାନ ମଞ୍ଚ ପକ୍ଷରୁ ୧୦ ଘଣ୍ଟିଆ ଖଇରା ବଜାର ବନ୍ଦ ଡାକରା । ଆଜି ସକାଳ ୬ ଘଟିକା ଠାରୁ ଖଇରା ସ୍ୱାଭିମାନ ମଞ୍ଚର ସଭାପତି ମୁକ୍ତିକାନ୍ତ ଶଥପତିଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବିରୋଧରେ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ଖଇରା ବଜାର ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ କାର୍ଯ୍ୟ ବାଦ ସହିତ ବିଦ୍ୟାଳୟ, ମେଡିକାଲ କାର୍ଯ୍ୟକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଆଗାମୀ ଦିନରେ ରାଜ୍ୟ ସରକାର ଖଇରାକୁ ଏନଏସି ଘୋଷଣା ନକରନ୍ତି ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ମଞ୍ଚ ସଭ୍ୟ ସନ୍ତୋଷ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.