Masthead

କର୍କଟ ପୀଡ଼ିତାଙ୍କୁ ଆର୍ଥିକ ସହାୟତା

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଦା ଗ୍ରାମର ଅସହାୟ କର୍କଟ ପୀଡିତା ଅଞ୍ଜଳୀ ସେଠୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ । ସୂଚନା ଯୋଗ୍ୟ କି, ଅଞ୍ଜଳୀ ସେଠୀଙ୍କ ପତି ନୃସିଂହ ସେଠୀ ଦିନ ମଜୁରିଆ ଭବେ କାମ କରନ୍ତି । କିଛି ବର୍ଷ ପୂର୍ବେ ନୃସିଂହ ନିଜ ବାପା ମାଙ୍କୁ ହରାଇଥିବା ବେଳେ ସାତ ମାସ ପୂର୍ବରୁ ନିଜର ଭଉଣୀଙ୍କର ବି ଦେହାନ୍ତ ଘଟିଥିଲା ।

ଦଇବ ଦାଉ ସାଧିଲା ଭଳି ଏବେ ପତ୍ନୀ ଅଞ୍ଜଳୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହିଛନ୍ତି । ଝିଅ ମାନଙ୍କର ପାଠ ପଢ଼ାରେ ଡୋରି ବନ୍ଧା ହୋଇ ଯାଇଛି । ଅର୍ଥାଭାବରୁ ନା ପତ୍ନୀଙ୍କର ଚିକିସ୍ଥା କରାଇପାରୁଛନ୍ତି ନା ପିଲାମାନଙ୍କୁ ପାଠ ପଢାଇପାରୁଛନ୍ତି । ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଖଦଃ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ଯୁବ ସମାଜସେବୀ ଇଂଜିନିୟର ଶଙ୍ଖେଶ୍ଵର ପ୍ରସାଦ ମହାନ୍ତି, ମହିଳା ସଦସ୍ୟା ସାଗରୀକା ସାହାଣୀ, ବରିଷ୍ଠ ସଦସ୍ୟ ଶେଷ ବସନ୍ତିଆ, ନାରାୟଣ ଦାସ, ସୌମ୍ୟରଞ୍ଜନ ଦାସ, ଶୁଭେନ୍ଦୁ ବରାଳ ଏବଂ ଶ୍ରୀକାନ୍ତ ସେନାପତି ପ୍ରମୁଖ ଅଞ୍ଜଳୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ୮୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଅଞ୍ଜଳୀ ଓ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ସଂଗଠନର ଏହି କାର୍ୟ୍ୟକୁ ସ୍ଥାନୀୟ ଅଞ୍ଚଳରେ ଅତ୍ୟନ୍ତ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା