Masthead

ମହାପ୍ରଭୁଙ୍କ ଜମି ଜାଲିଆତି, ଥାନାରେ ମାମଲା

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ମହାପ୍ରଭୁଙ୍କ ଜମିକୁ ନେଇ ଏକ ବଡ କେଳେକାରୀଙ୍କ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ବୃଦ୍ଧିଜୀବି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛି ଜମି ମାଫିଆ ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବରେ ଜବରଦଖଲ କରି ଲୋକଙ୍କୁ ହସ୍ତାନ୍ତର କରିଥିବା ନେଇ ଜଣାପଡିଛି। ଏ ନେଇ ଜଣାପଡିବା ପରେ ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବାସେଳୀ ସାହି ଥାନାରେ ଏକ ଅଭିଯୋଗ ହେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନକୁ ଅନୁରୋଧ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ପୁରୀ ମାଟିତୋଟା ମୌଜାରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି କୁ କିଛି ଦୁବୃର୍ତ୍ତ ବେଆଇନ୍ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହେଉଥିବା ଜଣାପଡିଛି। ନୋଟାରୀ ମାଧମ୍ୟମରେ ଜମି ଗୁଡିକୁ ରେଜିଟେଷ୍ଟନ କରାଯାଇ ବିକା ଯାଉଥିବା ଅଭିଯୋଗ ହୋଇଛି। ମୌଜା- ମାଟିତୋଟା ୟୁନିଟ୍ ନଂ-୧, ଖାତା ନମ୍ବର-୩୮ର ସମୁଦାୟ ୧୦୯ଟି ପ୍ଲଟର ଏହି ଜମିକୁ ବେଆଇନ୍ ଭାବେ ହାତେଇବାକୁ ଉଦ୍ୟମ କରାଯାଇଛି। ତେବେ ଏପରି ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଯେଉଁ ଜମି ଦଲାଲ ମାନେ ଏପରି କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପଭିର ଏଭଳି ବେଆଇନ୍ ହସ୍ତାନ୍ତର ସମ୍ପୂର୍ଣ୍ଣ ଭାବେ ଅବୈଧ । ଏହା ଦ୍ୱାରା ନିଜେ ଠକେଇ ଶିକାର ହେବା ସହ ଆଇନ ଅନୁଯାୟୀ ଦଣ୍ଡନୀୟ ମଧ୍ୟ ହେବେ । ତେଣୁ ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତି କିମ୍ବା ଅନୁଷ୍ଠାନ କ୍ଷାନ୍ତ ରହିବାକୁ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞତ୍ତି ମାଧ୍ୟମରେ ସତର୍କ କରାଯାଇଛି।

ଅପରପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ ଅରବିନ୍ଦ ପାଢୀ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସୂଚନା ଦେଇ କହିଛନ୍ତି କି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂ ସମ୍ପତ୍ତିର ସୁରକ୍ଷା ପାଇଁ ଆମେ ବଦ୍ଧପରିକର । କୌଣସି ଜାଲିଆତି କିମ୍ବା ବେଆଇନ ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବୀଜେ ପୁରୀ ମାର୍ଫତ ପରିଚାଳନା କମିଟିଙ୍କ ସମସ୍ତ ଜମି ପଟ୍ଟାଗଡିକର ଏବେ କମ୍ପୁଟରୀ କରଣ ପ୍ରକିୟା ଚାଲୁ ରହିଛି । ବିକ୍ରିବଟା କିମ୍ବା ଲିଜ୍ ଇତ୍ୟାଦିକୁ ସମ୍ପୁର୍ଣ୍ଣ ରୂପେ ସ୍ୱଛ କରିବା ଅମର ଲକ୍ଷ୍ୟ ବୋଲି ଶ୍ରୀ ପାଢୀ ସୂଚନା ଦେଇ କହିଛନ୍ତି। ଅପରପକ୍ଷରେ ଏପରି ଘଟଣାକୁ ଅନେକ ସେବାୟତ ନିନ୍ଦା କରିଛନ୍ତି। ପ୍ରଶାସନ ତୁରନ୍ତ ଜମି ମାଫିକା ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ