Masthead

ଜନ୍ମ ମାଟିକୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜନ୍ମ ମାଟିରେ ପହଞ୍ଚି ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତରପ୍ରଦେଶ ଗସ୍ତରେ ଯାଇ ନିଜ ଗାଁରେ ପହଞ୍ଚିଛନ୍ତି । କିନ୍ତୁ ରାଷ୍ଟ୍ରପତି ନିଜ ଗାଁରେ ପହଞ୍ଚିବା ବେଳେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଆପଣଙ୍କୁ ଭାବବିହ୍ୱଳ କରିଦେବ । ଜନ୍ମସ୍ଥାନ ପ୍ରତି ରାଷ୍ଟ୍ରପତିଙ୍କର ଏପରି ଭଲପାଇବାକୁ ଆଜି ପୂରା ଦେଶ ଦେଖିଛି । ଉତ୍ତରପ୍ରଦେଶର ପରୋଁଖ ଗାଁରେ ଆଜି ରାଷ୍ଟ୍ରପତି ପହଞ୍ଚିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ନିଜ ଗାଁରେ ପହଞ୍ଚି ହେଲିକପ୍ଟରରୁ ଓହ୍ଲାଇ ଗାଁରେ ପାଦ ଦେବା ମାତ୍ରେ ଗାଁ ମାଟିକୁ ମୁଣ୍ଡିଆ ମାରିବାକୁ ଭୁଲିନଥିଲେ ।

ଗାଁ ମାଟିକୁ ମୁଣ୍ଡରେ ମାରି ନିଜର ଯାତ୍ରା ଆରମ୍ଭ କରିଥିଲେ ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ମୁଁ ଯେଉଁଠି ବି ରୁହେ, ଗାଁ ପ୍ରତି ଥିବା ଭଲପାଇବା ସବୁବେଳେ ମୋ ହୃଦୟରେ ରହିଛି । ମୋ ପାଇଁ ପରୋଁଖ କେବଳ ଗୋଟିଏ ଗାଁ ନୁହେଁ ବରଂ ଏହା ମୋ ମାତୃଭୂମି। ଏହି ଗାଁରୁ ଯାଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚି ପାରିଛି ।

ଯେଉଁଠି ଦେଶସେବା ପାଇଁ ମୋତେ ପ୍ରେରଣା ମିଳିଛି । ମାତୃଭୂମିରୁ ମିଳିଥିବା ଏହି ପ୍ରେରଣା ମୋତେ ହାଇକୋର୍ଟରୁ ସୁପ୍ରିମକୋର୍ଟ, ସୁପ୍ରିମକୋର୍ଟରୁ ରାଜ୍ୟସଭା, ରାଜ୍ୟସଭାରୁ ରାଜଭବନ, ରାଜଭବନରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚାଇଛି । ଗାଁର ଜଣେ ସାଧାରଣ ବ୍ୟକ୍ତିକୁ ଦେଶର ସର୍ବୋଚ୍ଚ ପଦରେ ବସିବା ସହ ଦାୟିତ୍ୱ ନିର୍ବାହ କରିବାର ସୌଭାଗ୍ୟ ମିଳିବ ତାହାର କେବେ କଳ୍ପନା କରିନଥିଲି । କିନ୍ତୁ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହା ସମ୍ଭବପର ହୋଇପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ