Masthead

ଆଜି ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ

(ବଡ଼ ଖବର ବ୍ୟୁରୋ): ସୋମବାର ଅଗ୍ନି ୧ କ୍ଷେପଣାସ୍ତ୍ରର ହେବ ପରୀକ୍ଷଣ । ଭଦ୍ରକ ଚାନ୍ଦବାଲି, ଅବଦୁଲ କଲାମ ଦ୍ୱୀପରୁ ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ପକ୍ଷରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ । ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇପାରୁଥିବା ଏହି ଆଣବିକ ଶକ୍ତି ସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ ରୁ ୧୦୦୦ କିଲୋମିଟର। ସ୍ବଦେଶୀ ଜ୍ଞାନ କୌଶଳରେ ଏହି କ୍ଷେପଣାସ୍ତ୍ରର ବିକାଶ କରାଯାଇଛି ।

ଏହା ପୂର୍ବରୁ ଭାରତୀୟ ସେନାର ଷ୍ଟ୍ରାଟେଜିକ୍‌ କମାଣ୍ଡ ଫୋର୍ସ ଏକାଧିକ ଥର ଏହାର ସଫଳ ବ୍ୟାବହାରିକ ପରୀକ୍ଷଣ କରିଛି। ଅଗ୍ନି-୧ ଲକ୍ଷ୍ୟଭେଦ କ୍ଷମତା ଭିତରେ ପାକିସ୍ତାନ ଓ ଚୀନର ଅଧିକାଂଶ ସହର ଆସୁଛି। ଏହି କ୍ଷୀପ୍ର ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ପ୍ରତିରକ୍ଷା ବିଭାଗ ସର୍ବାଧିକ ସତର୍କତା ଅବଲମ୍ବନ କରିବା ସହ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ଦୁଇଦିନ ସମୁଦ୍ର ଭିତରକୁ ନଯିବା ଲାଗି ସତର୍କ ସୂଚନା ଦେଇଛି। ଅବଦୁଲ କଲାମ୍‌ ଦ୍ବୀପ ସମେତ ସମୁଦ୍ରରେ ତଟରକ୍ଷୀ ବାହିନୀ ପକ୍ଷରୁ କଡ଼ା ପହରା ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ