Masthead

୩ ହଜାର କରୋନା ପଜିଟିଭ ନିଖୋଜ

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ଫୋନ୍ ସୁଇଚ୍ ଅଫ୍ କରି ବେଙ୍ଗାଲୁରୁ ୩୦୦୦ କୋଭିଡ୍ ଆକ୍ରାନ୍ତ ନିଖୋଜ । ବେଙ୍ଗାଲୁରୁ ସହରରୁ ଚିହ୍ନଟ ହୋଇଥିବା ପ୍ରାୟ ୩୦୦୦ ସଂକ୍ରମିତ ଏବେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଫୋନ୍ ସୁଇଚ୍ ଅଫ୍ ରହିଛି। ଫଳରେ ନିଖୋଜ ଆକ୍ରାନ୍ତମାନଙ୍କର ସନ୍ଧାନ ପାଇଁ ସରକାର ପୁଲିସର ସହାୟତା ନେଇଛନ୍ତି।
କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ଆର୍ ଅଶୋକ କହିଛନ୍ତି ଅଳ୍ପ କିଛିଦିନ ହେବ ରାଜ୍ୟରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଛି। ଏହି ନିଖୋଜ ବ୍ୟକ୍ତିମାନେ ହିଁ ରାଜ୍ୟରେ ସଂକ୍ରମଣ ବିସ୍ତାର କରୁଛନ୍ତି। ବୁଧବାର କର୍ଣ୍ଣାଟକରେ ୩୯,୦୪୭ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୨୯ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିଲା। ସେଥିରୁ ବେଙ୍ଗାଲୁରୁ ସହରାଞ୍ଚଳରେ ଚିହ୍ନଟ ହୋଇଛନ୍ତି ୨୨,୫୯୬ଜଣ ଆକ୍ରାନ୍ତ ।

ମନ୍ତ୍ରୀ କହିଛନ୍ତି, ନିଖୋଜ ଲୋକମାନଙ୍କର ସନ୍ଧାନ ନେବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି। ନିଖୋଜ ବ୍ୟକ୍ତିମାନଙ୍କୁ କେମିତି ଠାବ କରାଯିବ, ସେ ସଂକ୍ରାନ୍ତରେ ପୁଲିସ କୌଣସି ସୂଚନା ଦେଉନାହିଁ। ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର କେ ସୁଧାକର କହିଛନ୍ତି, ସଂକ୍ରମିତମାନେ ନିଖୋଜ ହେବା ଘଟଣା ଗତ ଏକ ବର୍ଷ ହେବ ଚାଲି ଆସୁଛି। ରାଜ୍ୟ ସରକାର ଲୋକମାନଙ୍କୁ ମାଗଣାରେ ଔଷଧ ଦେଉଛନ୍ତି । ଏହି ଔଷଧ ୯୦% ସଂକ୍ରମଣ ମାମଲା ନିୟନ୍ତ୍ରଣ କରି ପାରିବ। କିନ୍ତୁ, ସଂକ୍ରମିତମାନେ ସେମାନଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ଦେଇଛନ୍ତି। ସେମାନଙ୍କର ପତ୍ତା ମିଳୁ ନଥିବାରୁ ପରିସ୍ଥିତି ଦୁର୍ବିସହ ହୋଇ ଉଠୁଛି।

ପରେ ସେମାନେ ସଙ୍କଟାପନ୍ନ ଅବସ୍ଥାରେ ଆସି ଡାକ୍ତରଖାନାରେ ପହଞ୍ଚି ବ୍ୟାକୁଳ ହୋଇ ‘ଆଇସିୟୁ’ ବେଡ୍ ଖୋଜୁଛନ୍ତି। ଏବେ ତାହାହିଁ ଘଟୁଛି। ମୋର ମନେହୁଏ, ବେଙ୍ଗାଲୁରୁରେ ଅନ୍ୟୂନ ୨୦୦୦ରୁ ୩୦୦୦ ଲୋକ ସେମାନଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରିବା ସହ ଘର ଛାଡ଼ି ପଳାଇଛନ୍ତି। ସେମାନେ କୁଆଡ଼େ ଗଲେ ଆମେ ଜାଣିନାହୁଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି